ପୁରୁଷୋତ୍ତମ ଏକ୍ସପ୍ରେସ ସମୟ ସାରଣୀ ପରିବର୍ତନ

ମୁମ୍ବାଇ-ଭୁବନେଶ୍ବର କୋଣାର୍କ ସ୍ବତନ୍ତ୍ର ଟ୍ରେନ ସମୟ ପରିବର୍ତନ

ଭୁବନେଶ୍ବର : ପୁରୀ ଓ ଖୋର୍ଦ୍ଧାରୋଡ ଷ୍ଟେସନରେ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ସ୍ୱତନ୍ତ୍ର ଏକ୍ସପ୍ରେସର ସମୟ ସାରଣୀକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପୁରୀ-ନୂଆଦିଲ୍ଲୀ ସ୍ୱତନ୍ତ୍ର ପୁରୁଷୋତ୍ତମ ଏକ୍ସପ୍ରେସ୍(୦୨୮୦୧) ଏପ୍ରିଲ ୧୦ରୁ ପୁରୀରୁ ରାତି ୯ଟା ୪୫ ପରିବର୍ତ୍ତେ ୯ଟା ୫୫ରେ ଛାଡ଼ିବ। ଏହି ଟ୍ରେନ୍ ଖୋର୍ଦ୍ଧାରୋଡ ଷ୍ଟେସନରେ ରାତି ୧୦ଟା ୩୦ ପରିବର୍ତ୍ତେ ୧୦ଟା ୩୫ରେ ପହଞ୍ଚି ରାତି ୧୦ଟା ୩୫ ପରିବର୍ତ୍ତେ ରାତି ୧୦ଟା ୪୦ରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବ। ଅନ୍ୟାନ୍ୟ ନିର୍ଦ୍ଧାରିତ ଷ୍ଟେସନରେ ଏହି ଟ୍ରେନର ସମୟ ସାରଣୀରେ କୌଣସି ପରିବର୍ତ୍ତନ ହେବ ନାହିଁ। ନୂଆଦିଲ୍ଲୀ-ପୁରୀ ସ୍ୱତନ୍ତ୍ର ପୁରୁଷୋତ୍ତମ ଏକ୍ସପ୍ରେସ(୦୨୮୦୨) ପ୍ରାରମ୍ଭିକ ଷ୍ଟେସନରୁ ଗନ୍ତବ୍ୟ ଷ୍ଟେସନ ମଧ୍ୟରେ ସମୟ ସାରଣୀ ଅପରିବର୍ତ୍ତିତ ରହିବ।

ମୁମ୍ବାଇ-ଭୁବନେଶ୍ବର କୋଣାର୍କ ସ୍ବତନ୍ତ୍ର ଟ୍ରେନ ସମୟ ପରିବର୍ତନ
ଭୁବନେଶ୍ବର : ପୂର୍ବତଟ ରେଳପଥ ମଧ୍ୟରେ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ବତନ୍ତ୍ର ଟ୍ରେନ ସମୟ ସାରଣୀକୁ ବିଶାଖାପାଟଣା ଓ ଭୁବନେଶ୍ୱର ମଧ୍ୟରେ ପରିବର୍ତ୍ତିତ/ସଂଶୋଧିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ-ଭୁବନେଶ୍ୱର କୋଣାର୍କ ସ୍ବତନ୍ତ୍ର ଟ୍ରେନ୍‌(୦୧୦୧୯) ଏପ୍ରିଲ ୧୨ରୁ ମୁମ୍ବାଇରୁ ବିଶାଖାପାଟଣାଠାରେ ଏହାର ନିର୍ଧାରିତ ସମୟ ଅପରାହ୍ନ ୩ଟା ୩୫ ପରିବର୍ତ୍ତେ ଅପରାହ୍ନ ୩ଟା ୪୫ରେ ପହଞ୍ଚିବ ଏବଂ ଅପରାହ୍ନ ୩ଟା ୫୫ ପରିବର୍ତ୍ତେ ଅପରାହ୍ନ ୪ଟା ୫ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନ୍ ଭୁବନେଶ୍ୱରଠାରେ ଏହାର ନିର୍ଧାରିତ ସମୟ ରାତି ୧୧ଟା ୧୫ ପରିବର୍ତ୍ତେ ରାତି ୧୧ଟା ୨୦ରେ ପହଞ୍ଚିବ। ବିଜୟନଗରମ୍‌, ଶ୍ରୀକାକୁଲମ୍ ରୋଡ୍, ସୋମପେଟା, ଇଚ୍ଛାପୁରମ୍, ବ୍ରହ୍ମପୁର, ଛତ୍ରପୁର ଓ ବାଲୁଗାଁ ଷ୍ଟେସନରେ ଏହି ଟ୍ରେନର ସମୟ ସାରଣୀକୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ଅନ୍ୟ ସ୍ଥିରୀକୃତ ଷ୍ଟେସନଗୁଡ଼ିକରେ ଏହି ଟ୍ରେନ ସମୟ ସାରଣୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଭୁବନେଶ୍ୱର-ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ କୋଣାର୍କ ସ୍ପେସାଲ ଟ୍ରେନ୍‌(୦୧୦୨୦)ର ସମୟ ସାରଣୀ ଅପରିବର୍ତ୍ତିତ ରହିବ।

ସମ୍ବନ୍ଧିତ ଖବର