ପୁଷ୍ପାଞ୍ଜଳିଙ୍କ ଚିତ୍ରକଳା ‘ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡ’ରେ ସାମିଲ

ଭବାନୀପାଟଣା : ଆନ୍ତର୍ଜାତିକ ଚିତ୍ରକଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରି କଳାହାଣ୍ଡିର ପୁଷ୍ପାଞ୍ଜଳି ପଣ୍ଡା ‘ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡ’ରେ ସ୍ଥାନ ପାଇବା ସହ ଡ. ଅବଦୁଲ୍‌ କଲାମ ୱାର୍ଲଡ୍‌ ରେକର୍ଡ ସାର୍ଟିଫିକେଟ୍‌ ହାସଲ କରିଛନ୍ତି। ସେ ଜଣେ ଗୃହିଣୀ ହୋଇଥିବାବେଳେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇକୋନୋମିକ୍‌ ଗ୍ରୋଥ୍‌ର ଅବସରପ୍ରାପ୍ତ ପ୍ରଫେସର ଡ. ମନୋଜ ପଣ୍ଡାଙ୍କ ପତ୍ନୀ। ତାଙ୍କ ଘର ଜୁନାଗଡ଼ ବ୍ଲକ୍‌ ମାଲିଗୁଡ଼ା। ପୁଷ୍ପାଞ୍ଜଳି ପୂର୍ବତନ ମନ୍ତ୍ରୀ ରାସବିହାରୀ ବ‌େହେରା ଓ ରାଜେଶ୍ବରୀ ବେହେରାଙ୍କ ଝିଅ। ଏହି ସଫଳତା ପାଇଁ ତାଙ୍କୁ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ମିଳିଛି।

ସମ୍ବନ୍ଧିତ ଖବର