ଶ୍ରୀନଅରରେ ପୁଷ୍ୟାଭିଷେକ

ପୁରୀ : ଆଜି ଶ୍ରୀନଅରରେ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ମହାରାଣୀ ଲୀଳାବତି ଦେବୀଙ୍କର ପାରମ୍ପରିକ ରୀତିରେ ଅଭିଷେକ କରାଯାଇଛି। ପବିତ୍ର ପୁଷପୂର୍ଣ୍ଣିମା ତିଥିରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କର ଅଭିଷେକ କରାଯାଇଥିବାରୁ ଦେବତା ଓ ମହାରାଜାଙ୍କର ଅଭିଷେକ କରାଯିବା ପରମ୍ପରା ରହିଛି। ପରମ୍ପରା ମୁତାବକ ବରୁଣପୂଜା ବର୍ଦ୍ଧନି ପୂଜା ଓ ରାମାଭିଷେକ କରାଯାଇଛି। ଅଭିମନ୍ତ୍ରିତ ଜଳରେ ଅଭିଷେକ କରାଯିବା ପରେ ମଙ୍ଗଳାର୍ପଣ କରାଯାଇଛି। ଏହା ପରେ ଗଜପତି ମହାରାଜା ଗାଦିରେ ବିଜେ କରିଥିଲେ। ପରମ୍ପରା ମୁତାବକ ଷୋଳଶାସନ ବ୍ରାହ୍ମଣମାନେ ଗଜପତିଙ୍କୁ ଶ୍ରୀଫଳ ଓ ପଇତା ପ୍ରଦାନ କରିବା ସହ ଆଶୀର୍ବଚନ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର