ରାୟଗଡ଼ା : ସ୍ଥାନୀୟ ପୂର୍ତ ବିଭାଗ କର୍ମଚାରୀ ସତ୍ୟନାରାୟଣ ବିଷୋୟୀ (୫୭) ପୁରୁଣା ଗେଟ ନିକଟସ୍ଥ ରେଳ ଧାରଣାରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ରେଳ ଧାରଣା ନିକଟରୁ ମୁଣ୍ଡ ଓ ଶରୀର ଅଲଗା ହୋଇଯାଇଥିବା ଶବକୁ ଉଦ୍ଧାର କରାଯାଇଛି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇପାରି ନଥିବା ବେଳେ ଜିଆରପି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସତ୍ୟନାରାୟଣଙ୍କ ଝିଅର ନିର୍ବନ୍ଧ ସଂପନ୍ନ ହୋଇଥିଲା। ଏହାପରେ ଋଣ ଟଙ୍କାକୁ ନେଇ ପରିବାରରେ ପାଟିତୁଣ୍ଡ ହୋଇଥିଲା। ଅଶାନ୍ତିରେ ସତ୍ୟନାରାୟଣ ସଂଧ୍ୟା ପ୍ରାୟ ୫ଟାରେ ଘରୁ ବାହାରି ଆସିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ। ଶେଷରେ ଆଜି ପୂର୍ବାହ୍ନରେ ପୁରୁଣା ଗେଟ ଛକ ରେଳ ଧାରଣା ନିକଟରେ ତାଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା।
ରେଳ ଧାରଣାରେ ପୂର୍ତ ବିଭାଗ କର୍ମଚାରୀଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2018/01/rgda-sucidie.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)