ଭୁବନେଶ୍ୱର: ଭୁବନେଶ୍ୱରର ଏକ ଘରୋଇ କ୍ଲିନିକରେ ଗୋଟିଏ ଅଜଗରର ସିଟି ସ୍କାନ କରାଯାଇଛି । ଏହି ଅଜଗରଟିର ଲମ୍ବ ୮ ଫୁଟ ଓ ଓଜନ ସାଢେ ୫ କିଲୋଗ୍ରାମ ରହିଛି। ତେବେ ଅଜଗରର ସିଟିସ୍କାନ କରିବା ଯିବା ଘଟଣା ଭାରତରେ ପ୍ରଥମ ଘଟଣା ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବେ ଆନନ୍ଦପୁର ବରାଙ୍ଗ ସଂରକ୍ଷିତ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଏକ ଅଜଗରକୁ ଉଦ୍ଧାର କରାଯାଇଥିଲା । ସାପଟିର ମୁଣ୍ଡରେ ଆଘାତ ଲାଗିଥିବା ଯୋଗୁଁ ଦୁଇଟି ହାଡ ଭାଙ୍ଗି ଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଅଜଗର ସାପଟିର ମାନୁଆଲ ଏକ୍ସରେ କରାଯାଇଥିଲା । ତେବେ ଏହି ଏକ୍ସରେ ବିଶେଷ କିଛି ଜଣାପଡି ନଥିଲା ତେଣୁ ପୁର୍ନବାର ଡିଜିଟାଲ ଏକ୍ସ୍ସରେ କରାଯାଇଥିଲା। ଡିଜିଟାଲ ଏକ୍ସରେ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ଅଜଗର ମୁଣ୍ଡରେ ଆଘାତ ଲାଗିବା ହେତୁ ମୁଣ୍ଡର ଦୁଇଟି ହାଡ ଭାଙ୍ଗିଯାଇଛି। ଏହାପରେ ସିଟିସ୍କାନ କରାଯାଇ ସାପଟିର ଅଧିକ ଚିକିତ୍ସା କରାଯିବ ବୋଲି ଡାକ୍ତର କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/python-1-1.jpg)