ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଅବାଶ୍ୟକ ଚିକିତ୍ସକଙ୍କ ଅଭାବ ଯୋଗୁଁ କ୍ୱାକ୍ଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଜିଲ୍ଲାରେ ପ୍ରାୟ ୭୦ଟି ଡାକ୍ତର ପଦ ଖାଲି ପଡ଼ିଛି। ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଚିକିତ୍ସା ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। କ୍ୱାକ୍ମାନେ ଆଭ୍ୟନ୍ତରୀଣ ଅଞ୍ଚଳରେ ନିଜର ବେପାର ବେଶ ଜମାଇଛନ୍ତି। ହାତରେ କଳା ବେଗ ଏବଂ ଏହି ବେଗ ମଧ୍ୟରେ ବିଭିନ୍ନ ପ୍ରକାର ଔଷଧ, ଇଞ୍ଜେକସନ ଧରି ବୁଲି ବୁଲି ଚିକିତ୍ସା ସେବା କରୁଛନ୍ତି ହେଲେ ଏହି ବେଆଇନ ଚିକିତ୍ସକଙ୍କ ବିରୋଧରେ ଆଜି ପର୍ଯ୍ୟନ୍ତ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।
/sambad/media/post_attachments/wp-content/uploads/2019/10/quacks-2-300x180.jpg)
ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଚିକିତ୍ସକ ନିଯୁକ୍ତି ନହେବା ଏବଂ ଉପ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ସ୍ୱାସ୍ଥ୍ୟ କର୍ମଚାରୀ ନରହିବାର ଫାଇଦା ନେଉଛନ୍ତି ଏହି ବେଆଇନ କ୍ୱାକମାନେ। ରୋଗୀଙ୍କୁ ବେଆଇନ ଭାବରେ ଚିକିତ୍ସା କରି ମୋଟା ଟଙ୍କା ମଧ୍ୟ ଅସୁଲ କରୁଛନ୍ତି। ଆଭ୍ୟନ୍ତରୀଣ ଅଞ୍ଚଳରେ ଆବଶ୍ୟକ ଚିକିତ୍ସା ସେବା ଉପଲବ୍ଧ ହେଉ ନଥିବାରୁ ରୋଗୀମାନେ ବାଧ୍ୟ ହୋଇ କ୍ୱାକ୍ଙ୍କ ହାତରେ ଚିକିତ୍ସିତ ହେଉଛନ୍ତି। ଅନେକ ସମୟରେ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି । କେତେକ ସ୍ଥାନରେ ଏହି କ୍ୱାକମାନେ କ୍ଲିନିକ ଖୋଲି ବସୁଥିବାରୁ ମଧ୍ୟ ଅଭିଯୋଗ ହେଉଛି। ଏହି ବେଆଇନ କ୍ୱାକ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।