ଘୁ.ଉଦୟଗିରି: ଟୋପାଏ ପିଇବା ପାଣି ପାଇଁ ଦୁଇ କିମି ଚାଲିଚାଲି ଯାଇ ଚୁଆରୁ ପାଣି ଆଣିବାକୁ ପଡୁଛି।ବଞ୍ଚିବା ପାଇଁ ଏହିଭଳି ସଂଘର୍ଷ କରୁଛନ୍ତି କନ୍ଧମାଳ  ଜିଲ୍ଲା କେ.ନୂଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତ ମେଟାମାହାପଦା ଗ୍ରାମବାସୀ। ପିଇବା ପାଣି କହିଲେ ଚୂଆ ପାଣି ହିଁ ଭରସା।  ପାନୀୟଜଳ ଜଳ ସମସ୍ୟାକୁ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଛନ୍ତି ହେଲେ ଗରିବର ଦୁଃଖ ଶୁଣୁଛି କିଏ? ଦୀର୍ଘ ବର୍ଷ ବର୍ଷ ଧରି ଏଠାକାର ଗୋଟିଏ ସାହିର ଲୋକେ ନାଳ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ।

Advertisment

ଖରା ବର୍ଷା ସବୁ ବେଳେ ପାନୀୟ ଜଳ ପାଇଁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ଖରା ଦିନେ ନାଳ ଏବଂ ଚୁଆ ପାଣି ବ୍ୟବହାର କରୁଥିବା ବେଳେ ବର୍ଷା ଦିନେ ବହୁତ ଅସୁବିଧା ସମୁଖୀନ ହେଉଛନ୍ତି ।

ଅନ୍ୟ ପଟେ ଏହି ପାନୀୟଜଳ ଅସୁବିଧାକୁ ନେଇ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ଅଧିକ ପଢ଼ନ୍ତୁ: ବାଂଲାଦେଶ ବାୟୁସେନା ଘାଟି ଉପରେ ଆକ୍ରମଣ, ୧ ମୃତ

ସରକାର ପାନୀୟ ଜଳ ସୁବିଧା ପାଇଁ ଅନେକ ଯୋଜନା ପ୍ରସ୍ତୁତ  କରଛନ୍ତି ସତ କିନ୍ତୁ କେତେକ ସ୍ଥାନରେ ଆଜି ଚୂଆ  ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ମେଟାମାହାପଦା ସାହିରେ ଦୀର୍ଘ ବର୍ଷରୁ ୧୦ଟି ପରିବାର ବାସ କରୁଛନ୍ତି । ପାନୀୟଜଳ ଅଭାବରୁ ଚୁଆ ପାଣି ସଂଗ୍ରହ କରିବାକୁ ୨ କିଲୋମିଟ ଯିବାକୁ ପଡ଼ୁଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା ।  

ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଆକର୍ଷଣ କରିବା ସହ ମେଟାମାହାପଦା  ସାହିରେ ନଳକୂପ ନିର୍ମାଣ ପାଇଁ   ନର୍ମଦା ପୂଜାରୀ, ସାବିତ୍ରୀ ପାତ୍ର, ଚନ୍ଦ୍ରାବତୀ ପୂଜାରୀ, ସାଇବାନୀ ପୂଜାରୀ, ସୁନାଫୁଲ ବେହେରା, ସୁଲୋଚନା ନାୟକ ଗଣେଶ ନାୟକ, ପ୍ରଫୁଲ୍ଲ ବେହେରାଙ୍କ  ସମେତ ମେଟାମାହାପଦା ସାହି ଅନ୍ୟ ବାସିନ୍ଦା ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ: ପଦାସାହି ଅଙ୍ଗନୱାଡ଼ି କେନ୍ଦ୍ରକୁ ଜଳ ଯୋଗାଣ ଓ ପାଚେରୀ ନିର୍ମାଣ କରିବାକୁ ପ୍ରଶାସନ ଭୁଲିଗଲେ