ନବରଙ୍ଗପୁର: ବାଟବଣା ହୋଇ ପଡିଛି ନବରଙ୍ଗପୁର ଜିଲ୍ଲାର ଶିକ୍ଷା ବ୍ୟବସ୍ଥା। କେଉଁଠି ଅନୁସଙ୍ଗିକ ଭିତ୍ତିଭୁମି ନାହିଁ ତ ଆଉ କେଉଁଟି ଶିକ୍ଷକ ଅଭାବ। ପିଲାଙ୍କ ମାନସିକ ଓ ଶାରିରୀକ ବିକାଶ ପାଇଁ ଆବଶ୍ୟକ ପଡୁଥିବା ଖେଳ ପଡିଆ ନାହିଁ। ଖେଳ ପ୍ରଶିକ୍ଷକ ନାହାନ୍ତି। ସଂପ୍ରତି ଛାତ୍ରଛାତ୍ରୀମାନେ ସବୁ କ୍ଷେତ୍ରରେ ପାରଙ୍ଗମ ହେଲେ ଯୁଗପୋଯୋଗୀ ହେବେ। 

Advertisment

ସବୁ ଠାରୁ ଗୁରୁତ୍ବପୁର୍ଣ୍ଣ ଗଣିତ, ବିଞାନ, ପ୍ରାଣୀ ବିଞାନ, ଇଂରାଜୀ ପଢ଼ାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ନାହାନ୍ତି ଶିକ୍ଷକ।  ଆଦିବାସୀ ବହୁଳ ପଛୁଆ ଜିଲ୍ଲା ଭାବେ ପରିଚିତ ନବରଙ୍ଗପୁର ଜିଲ୍ଲାର ଶିକ୍ଷା ବିଭାଗ ଅଧିନରେ ଥିବା ୧୦୯୯ ପ୍ରାଥମିକ ବିଦ୍ୟାଳୟ, ୫୮୧ଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ, ୨୦୭ଟି ଉଚ୍ଚବିଦ୍ୟାଳୟ ଓ ୭୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏଭଳି ୧୯୬୬ଟିରେ  ପଢ଼ୁଥିବା ୨ଲକ୍ଷ ୮୧ହଜାର ୪୨୯ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ବର୍ଗର ୯୪୨ଜଣ ଶିକ୍ଷକ ପଦବୀ ଖାଲି ପଡ଼ିଛି।

ଆହୁରି ପଢ଼ନ୍ତୁ:Tension In MV-26 Village: ମାଲକାନଗିରିରେ ଉତ୍ତେଜନା: ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ କଲା ପ୍ରଶାସନ

ଛାତ୍ର ଶିକ୍ଷକ ଅନୁପାତ ହାର ୨୬:୧

ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୬୦୪୧ଜଣ ଶିକ୍ଷକ ରହିଥଇବା ବେଳେ ଆହୁରି ୫୭୮ଜଣ ଶିକ୍ଷକଙ୍କର ଆବଶ୍ୟକତା ରହିଛି। ହାଇସ୍କୁଲରେ ୧୦୩୬ଜଣ ରହିବା ସ୍ଥାନରେ ୮୬୩ ଜଣ ଅଛନ୍ତି ୧୭୩ଟି ପଦବି ଖାଲି ପଡ଼ିଛି। ସମ୍ପୁର୍ଣ୍ଣ ସରକାରୀ ସହାୟତାରେ ଚାଳୁଥିବା ବିଦ୍ୟାଳୟରେ ୬୦୦ ସ୍ଥାନରେ ୪୦୯ଅଛନ୍ତି, ୧୯୧ ଖାଲି ପଡିଛି। ଏତେ ସଂଖ୍ୟକ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଧାର୍ଯ୍ୟ ସଂଖ୍ୟକ ବିଭିନ୍ନ ବର୍ଗର ଶିକ୍ଷକ ପଦବି ଦୀର୍ଘ ଦିନ ହେବ ଖାଲି ପଡ଼ିଛି। ଛାତ୍ର ଶିକ୍ଷକ ଅନୁପାତ ହାର ୨୬:୧ ରହିଛି।  

ଏପରିକି ପ୍ରତ୍ୟେକ ଦିନ ଜିଲ୍ଲାର ବିଭିନ୍ନ ସ୍କୁଲରୁ ଜଣେ ଦୁଇ ଜଣ ଏପରି ଗୁରୁତ୍ବପୁର୍ଣ୍ଣ ବିଷୟ ପଢ଼ାଉଥିବା ଶିକ୍ଷକମାନେ ଅବସର ନେବା ଜାରୀ ରହିଛି। ଯେଉଁ ସ୍କୁଲ ଓ ହାଇସ୍କୁଲରେ ଅବସର ନେଉଛନ୍ତି ‌ସେଠାରେ ବର୍ଷ ବର୍ଷ ଲାଗିଯାଉଛି ପୁଣି ପଦବୀ ପୁରଣ ପାଇଁ। ଦୀର୍ଘ ୨୪ ବର୍ଷର ପୂର୍ବ ସରକାର ଏହି ସମସ୍ୟା ସମ୍ପର୍କରେ ଜାଣି ବି ନଜାଣିବା ପରି ରହି ଆସିଥିଲା। ଦେଢ଼ବର୍ଷର ସରକାର ଏହା କେବେ ଜାଣିବେ। ପ୍ରମୁଖ ପାଠ୍ୟକ୍ରମ ଗଣିତ, ସାମାଜିକ ବିଜ୍ଞାନ , ବିଜ୍ଞାନ ଆଦି ପଢ଼ାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ଶିକ୍ଷକ ନାହାନ୍ତି। ଯେଉଁ ହାଇସ୍କୁଲରେ ଟିଜିଟି କଳା, ପିସିଏମ୍ , ସିବିଜେଡ୍ ଶିକ୍ଷକ ନଥିଲେ ଅନ୍ୟ ବିଷୟ ପଢ଼ାଉଥିବା ଶିକ୍ଷକମାନେ ପଢ଼ାଉଛନ୍ତି।

ତେବେ ସେହି ଶିକ୍ଷକମାନେ ନିର୍ଦ୍ଧାରିତ ଗଣିତ, ବିଜ୍ଞାନ ଆଦି ପଢ଼ାଇବା ମୁସ୍କିଲ। ଏହି ସ୍ଥିତିରେ ସ୍କୁଲ ଗୁଡିକରେ କିଭଳି ଶିକ୍ଷାଦାନ ହେଉଥିବ ସହଜେ ଅନୁମେୟ। ଅପରପକ୍ଷରେ ହାଇସ୍କୁଲର ଛାତ୍ରଛାତ୍ରୀମାନେ ମାଟ୍ରିକ ବୋର୍ଡ ପରୀକ୍ଷା ସେମାନଙ୍କ ମୂଳଦୂଆ। ମୂଳଦୁଆକୁ ମଜଭୁତ କରିବାକୁ ହେଲେ ଖାସ୍ କରି ଅତ୍ୟାଧିକ ଆବଶ୍ୟକ ପଢ଼ୁଥିବା ଏହି ଶିକ୍ଷକ ପଦବୀ ପୁରଣ କରିବା ଜରୁରୀ ବୋଲି ବହୁ ଶିକ୍ଷାବିତ୍ ଓଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମାନେ କହିଛନ୍ତି।

ଗୁରୁତ୍ବପୁର୍ଣ୍ଣ ପାଠ୍ୟକ୍ରମ ପଢ଼ାଇବା ଶିକ୍ଷକ ପଦବୀ ଖାଲି ପଢ଼ୁଥିବା ବେଳେ କିଭଳି ମାଟ୍ରିକପରୀକ୍ଷା ଫଳ ଶତପ୍ରତିଶତ ହେବ ବୋଲି ଜଣେ ପ୍ରଧାନ ଶିକ୍ଷକ କହିଛନ୍ତି। ଏହାରି ମଧ୍ୟରେ ଗତ ବର୍ଷ ନବରଙ୍ଗପୁର ଜିଲ୍ଲା ମାଟ୍ରୀକରେ ୯୫.୫ପ୍ରତିଶତ ପିଲା ପାସ୍ କରିଥିଲେ।

ଆହୁରି ପଢ଼ନ୍ତୁ:Elephant Herd's Terror: ୩୦ ଟିକିଆ ହାତୀ ପଲ ଲକ୍ଷାଧିକ ଟଙ୍କାର ଫସଲ ଓ ପନିପରିବା ଚାଷ ନଷ୍ଟ କଲେ

ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାଭାବେ ପରିଚିତ ଥିବାରୁ ଏବର୍ଷ ମଧ୍ୟ ପିଲା ଶତପ୍ରତିଶତ ପାସ୍ କରନ୍ତୁ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ୧୦୦ଦିନିଆ ସ୍ବତନ୍ତ୍ର ଅଭିଯାନରେ ପଢ଼ାଯାଉଛି। ତେବେ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ, ଭିତ୍ତିଭୂମି ନଥିବା ବେଳେ ଗୁଣାତ୍ମକ ଶିକ୍ଷା ଓ ଶତପ୍ରତିଶତ ପରୀକ୍ଷା ଫଳ କିଭଳି ଆସିବ ବୋଲି ବହୁ ଶିକ୍ଷାବିତ କହିଛନ୍ତି।

ରିପୋର୍ଟ: ସୁରେଶ ନାଇଡୁ