ଭୁବନେଶ୍ୱର : ‘ଗୋଟିଏ ଝିଅ ତୁମକୁ ଅଧିକ ମାର୍କ ପାଇବାରେ ସାହାଯ୍ୟ କରିବନି, କିନ୍ତୁ ଭଲ ମାର୍କ ତୁମକୁ ଅଧିକ ଝିଅଙ୍କୁ ପାଇବାରେ ସାହାଯ୍ୟ କରିବ। ତେଣୁ ଝିଅଙ୍କୁ ଭଲ ନପାଇ ପାଠକୁ ଭଲ ପାଅ।’
ଏହିଭଳି ପରାମର୍ଶ ଜଣେ ଅଧ୍ୟାପକ ଛାତ୍ରଛାତ୍ରୀଙ୍କୁ ଦେଇଛନ୍ତି। କିନ୍ତୁ ପରାମର୍ଶଟି ସେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଇଣ୍ଟରନାଲ୍ ପରୀକ୍ଷା ପ୍ରଶ୍ନପତ୍ରରେ ଦେଇଛନ୍ତି। ଯାହାକୁ ନେଇ ଏବେ ଜୋରଦାର୍ ଚର୍ଚ୍ଚା।
ଇନ୍ଦିରା ଗାନ୍ଧି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଜିଆଇଟି), ସାରଙ୍ଗର ବିଟେକ୍ର ୬ଷ୍ଠ ସେମିଷ୍ଟାରର ପ୍ରଡକ୍ସନ ଇଞ୍ଜିନିୟରିଂ ବିଭାଗର ପ୍ରଥମ ଇଣ୍ଟରନାଲ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିବା ୩୦ମାର୍କର ପ୍ରଶ୍ନପତ୍ରରେ ଏହିଭଳି ପରାମର୍ଶ ଦିଆଯାଇଛି। ମାର୍ଚ୍ଚ ୬, ୨୦୧୮ରେ ଅନୁଷ୍ଠିତ ହୋଇଥିବା ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିବା ପ୍ରଶ୍ନପତ୍ରଟି ଏବେ ସର୍ବସାଧାରଣକୁ ଆସିଛି।
ଏହି ପ୍ରଶ୍ନପତ୍ରଟି ଠିକ୍ କି ଭୁଲ୍ ଜାଣିବା ପାଇଁ ଆମେ ‘ଆଇଜିଆଇଟି’ର ଜଣେ ବରିଷ୍ଠ ଅଧ୍ୟାପକଙ୍କୁ ଯୋଗାଯୋଗ କରିବାରୁ ପ୍ରଶ୍ନପତ୍ରଟି ଠିକ୍ ଅଛି ବୋଲି ସେ କହିଥିଲେ। ଉକ୍ତ ଅଧ୍ୟାପକଙ୍କ ସୂଚନା ଅନୁଯାୟୀ, ଇଣ୍ଟରନାଲ୍ ପରୀକ୍ଷା ପାଇଁ ବିଭାଗୀୟ ଅଧ୍ୟାପକ ପ୍ରଶ୍ନପତ୍ର ପ୍ରସ୍ତୁତ କରିଥାନ୍ତି। ଏହିଭଳି ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଥିବା ଜଣାପଡ଼ିବା ପରେ ଅନୁଷ୍ଠାନର ନିର୍ଦ୍ଦେଶକ ସଂପୃକ୍ତ ଅଧ୍ୟାପକଙ୍କୁ ଡାକି ତାଗିଦ୍ କରିଛନ୍ତି। ଭବିଷ୍ୟତରେ ଏହିଭଳି ପ୍ରଶ୍ନପତ୍ର ନକରିବାକୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/prasnapatra.jpg)