କଟକ: ମାଟ୍ରିକ୍ ପରୀକ୍ଷା ପାଇଁ ଗତକାଲିଠାରୁ ପ୍ରଶ୍ନପତ୍ର ପଠାଇବା ପ୍ରକି୍ରୟା ଆରମ୍ଭ ହୋଇଛି। ଗତକାଲି କଡ଼ା ସୁରକ୍ଷା ମଧ୍ୟରେ ୪ଟି ଟ୍ରକ୍ ଯୋଗେ ପ୍ରଶ୍ନପତ୍ର ଦୂରଦୂରାନ୍ତରେ ଥିବା ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ଯାଇଥିବା ଥିବା ବେଳେ ମଙ୍ଗଳବାର ଦ୍ୱିତୀୟ ଦିନରେ ୫ଟି ଗାଡ଼ି ଯୋଗେ ପ୍ରଶ୍ନପତ୍ର ବିଭିନ୍ନ ନୋଡାଲ ସେଣ୍ଟରକୁ ପଠାଯାଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଭାଷା(ଓଡ଼ିଆ), ଦ୍ୱିତୀୟ ଭାଷା(ଇଂରାଜୀ), ତୃତୀୟ ଭାଷା(ହିନ୍ଦୀ/ସଂସ୍କୃତ) ବିଷୟର ପ୍ରଶ୍ନପତ୍ର ପଠାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଗଣିତ, ସାଧାରଣ ବିଜ୍ଞାନ, ସାମାଜିକ ବିଜ୍ଞାନ ଆଦି ଅନ୍ୟ ତିନିଟି ବିଷୟ ନୋଡାଲ୍ ସେଣ୍ଟରକୁ ଯିବ ବୋଲି ସୂଚନା ମିଳିଛି। ପ୍ରଶ୍ନପତ୍ର ସୁରକ୍ଷା ପାଇଁ ରାଜ୍ୟରେ ମୋଟ ୩୦୨ଟି ନୋଡାଲ୍ ସେଣ୍ଟର ଚୟନ ହୋଇଛି। କିନ୍ତୁ ସମ୍ବେଦନଶୀଳ ଜିଲ୍ଲା ଭାବେ କନ୍ଧମାଳ, କୋରାପୁଟ, ମାଲ୍କାନାଗିରି, ରାୟଗଡ଼ା ଆଦିରେ ୨୩ଟି ଥାନାକୁ ନୋଡାଲ୍ ସେଣ୍ଟର କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ମିଳିିଛି।
ନୋଡାଲ୍ ସେଣ୍ଟରକୁ ପଠାଗଲା ପ୍ରଶ୍ନପତ୍ର
/sambad/media/post_attachments/wp-content/uploads/2018/02/10th.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)