ଲଇକେରା : ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକର ଦୁଇ ଜିଲ୍ଲା ପରିଷଦ ଜୋନ୍ରେ ୧୬ ତାରିଖ ପ୍ରଥମ ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ସମସ୍ତ ଭୋଟ ବାକ୍ସକୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଷ୍ଟ୍ରଙ୍ଗ ରୁମରେ ଜଉମୁଦ ଦେଇ ସିଲ୍ କରାଯାଇଛି। ବ୍ଲକରେ ୧୧ଟି ପଞ୍ଚାୟତର ୧୨୮ଟି ବୁଥରେ ୩୯, ୬୬୬ ଭୋଟରଙ୍କ ମଧ୍ୟରୁ ୩୩, ୬୩୮ ଜଣ ମତଦାନ କରିଛନ୍ତି। ଦୁଇ ଜିଲ୍ଲା ପରିଷଦ ଜୋନ୍ରେ ୬ ପ୍ରାର୍ଥୀଙ୍କ ସହିତ ୬୦ ସରପଞ୍ଚ ପ୍ରାର୍ଥୀ, ସମିତି ସଭ୍ୟ ପ୍ରାର୍ଥୀ ୫୨ ଜଣ , ୱାର୍ଡ ସଭ୍ୟ ପ୍ରାର୍ଥୀ ୨୧୦ ଜଣ ମୋଟ ୩୨୮ ପ୍ରାର୍ଥୀଙ୍କ ଭାଗ୍ୟ ଷ୍ଟ୍ରଙ୍ଗ ରୁମ୍ରେ ସିଲ୍ ହୋଇଯାଇଛି। ଷ୍ଟ୍ରଙ୍ଗ ରୁମ୍କୁ ୨୪ ଘଣ୍ଟିଆ ପୁଲିସ ପହରାରେ ରଖାଯାଇଛି।
ଅନ୍ୟପକ୍ଷରେ ଷ୍ଟ୍ରଙ୍ଗ୍ ରୁମ୍ର ସୁରକ୍ଷାକୁ ନେଇ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଜାମମାଲ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୁଶୀଳା ବୁଦୁଲାଙ୍କ ପୁଅ ହୃଦାନନ୍ଦ ବୁଦୁଲା। ସେ କହିଛନ୍ତି ଷ୍ଟ୍ରଙ୍ଗରୁମ୍ ସୁରକ୍ଷିତ ନୁହଁ, ରୁମ୍କୁ ବ୍ୟାରିକେଟ କରିବା ସହିତ ଅଧିକ ପୁଲିସ ମୁତୟନ କରାଯାଉ। ଭିତରେ ଯେଉଁ ଜଉମୁଦ ତାଲା ପଡ଼ିଛି ଏହାକୁ ଯେ କେହିବି ଖୋଲି ପୁନର୍ବାର ସିଲ୍ କରିପାରିବ। ତେଣୁ ଏହି ସିଲ୍ ଉପରେ ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀଙ୍କର ଦସ୍ତଖତ ଥିବା କାଗଜ ଦେଇ ପୁନର୍ବାର ସିଲ୍ କରି ରଖାଯାଉ ବୋଲି ମତ ଦେଇଛନ୍ତି। ଏ ବିଷୟରେ ଲଇକେରା ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ଅଲେଖ ଘୁଟାଙ୍କୁ ପଚାରିବାରୁ ସେ କହିଛନ୍ତି ଅଭିଯୋଗ ଭିତ୍ତିହୀନ। ଷ୍ଟ୍ରଙ୍ଗରୁମ ଭିତରେ ଓ ବାହାରେ ସିସି କ୍ୟାମେରା ଲାଗିଛି। ଏହାକୁ ୨୪ ଘଣ୍ଟା ପୁଲିସର କଡ଼ା ପ୍ରହରା ମଧ୍ୟରେ ରହିଛି। ଏଥିସହ ପ୍ରକଳ୍ପ ନିର୍ଦେଶକ, ଲଇକେରା ତହସିଲଦାର ତଥା ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତରେ ନିୟମ ଅନୁଯାୟୀ ସିଲ କରାଯାଇଛି। ଏଥିରେ କୌଣସି ସନ୍ଦେହ ପ୍ରକଟ କରିବା ଉଚିତ ନୁହେଁ। ଭୋଟ୍ ବାକ୍ସ ସଂପୂର୍ଣ୍ଣ ସୁରକ୍ଷିତ ଥିବା ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/9b4a4d40-d55b-4fd6-927a-87b3e6f91a98.jpg)