ବାମରା: ବାମରା ବ୍ଲକ କିନାବଗା ପଞ୍ଚାୟତ ବିହାବାଲି ବାବୁପଡ଼ାର ଗୋବର୍ଦ୍ଧନ ଦେହୁରୀ ପାଖ ଭାଟିରୁ ଖଜୁରୀ ରସ ପିଇବା ପାଇଁ କିଣିଥିଲେ। ଏହା ଦେଖି ତାଙ୍କର ସମ୍ପର୍କୀୟ ଭାଇ ନରସିଂହ ଦେହୁରୀ ଓ ଚିନ୍ତାମଣି ଦେହୁରୀ ଦୁହେଁ ତାଙ୍କୁ ଖଜୁରୀ ତାଡ଼ି ଟିକେ ପିଇବାକୁ ଅନୁରୋଧ କରିଥିଲେ। ମାତ୍ର  ଗୋବର୍ଦ୍ଧନ ସେମାନଙ୍କୁ ମନା କରି ତଡ଼ି ଦେଇଥିଲେ।

Advertisment

ଏଥିରେ ଉତ୍ତେଜିତ ହୋଇ ଉଭୟ ନରସିଂହ ଓ ଚିନ୍ତାମଣି ମିଶି ଗୋବର୍ଦ୍ଧନଙ୍କୁ ଗାଳି ଗୁଲଜ, ମାଡ଼ପିଟ କରିଥିଲେ। ଗୋବର୍ଦ୍ଧନଙ୍କ ସ୍ତ୍ରୀ ପହଞ୍ଚି ବାରଣ କରିବାରୁ ତାଙ୍କୁ ମଧ୍ୟ ଠେଲାପେଲା କରିଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ଗଡ଼ପୋଷ ଫାଣ୍ଡି ଅଧିକାରୀ ଦେବରାଜ ସାହୁ ଏକ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି।