ରେଢ଼ାଖୋଲ: ଚାରମାଳ ଦେଶୀ ମଦଭାଟିରେ ଗଣ୍ତଗୋଳରେ ଚାରମାଳ ମାଉଲିଢ଼ିପର ସାରଥି ସେଠୀ (୩୫) ଆହତ ହୋଇଛନ୍ତି। ଏହି ମାମଲାରେ ଚାରମାଳ ଥାନା ପୁଲିସ ଚାରମାଳ ଓରାମ ସାହିର କାହ୍ନୁ ଭୋଇ (୩୦)ଙ୍କୁ ଗିରଫ କରିଛି।

Advertisment

ରବିବାର ଚାରମାଳ ଦେଶୀ ମଦଭାଟିରେ ସାରଥୀ ଓ କାହ୍ନୁଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କାହ୍ନୁ ଏକ କାଠ ଫାଳିଆରେ ସାରଥୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସାରଥୀ ଗୁରୁତର ଆହତ ହୋଇଥିଲେ। ସାରଥୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚାରମାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସାରଥୀଙ୍କ ଅଭିଯୋଗ ଆଧାରରେ ଚାରମାଳ ଥାନା ପୁଲିସ ଏକ ମାମଲା ରୁଜୁ କରି ଆକ୍ରମଣକାରୀ କାହ୍ନୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।