ପାତ୍ରପୁର: ଗ୍ରାମାଞ୍ଚଳର ମହିଳାଙ୍କୁ ସରକାରଙ୍କ ସ୍ୱାସ୍ଥ୍ୟସେବା ସଂପର୍କରେ ସଚେତନ କରିବା ସହ ସେମାନଙ୍କୁ ସଶକ୍ତ କରାଇବାରେ ବିଳଷ୍ଠ ଭୂମିକା ନିର୍ବାହ ପାଇଁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ ବିଭାଗ ବି.ନୂଆଗାଁ ସିଏଚଓ ଆର୍. ତ୍ରିବେଣୀଙ୍କୁ ଜାତୀୟସ୍ତରରେ ପୁରସ୍କୃତ କରାଯାଇଛି। ଏହି ପୁରସ୍କାର ପାଇବାରେ ସେ ରାଜ୍ୟର ପ୍ରଥମ ତଥା ଏକମାତ୍ର ମହିଳା ହୋଇଛନ୍ତି। ଦିଲ୍ଲୀରେ ୟୁଏସଆଇଡି ଦ୍ୱାରା ଆୟୋଜିତ ବିଶ୍ବ ମହିଳା ଦିବସ ପାଳନ ଅବସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ତ୍ରିବେଣୀଙ୍କୁ ପୁରସ୍କୃତ କରାଯାଇଛି। ଏହା ସହ ତାଙ୍କୁ ଆହୁରି ଭଲ କାମ କରିବା ପାଇଁ ଦିଲ୍ଲୀ ସରକାରଙ୍କ ପଦାଧିକାରୀ, ମହିଳା କମିଶନ ଓ ୟୁଏସଆଇଡ଼ି କର୍ତ୍ତୃପକ୍ଷ ଉତ୍ସାହିତ କରିଛନ୍ତି। ଏହି ପୁରସ୍କାର ପାଇବା ପାଇଁ ସାରା ଦେଶରୁ ୨୧ ଜଣଙ୍କୁ ଚୟନ କରାଯାଇଥିବା ବେଳେ ତ୍ରିବେଣୀ ଜଣେମାତ୍ର ଓଡ଼ିଆ ଭାବେ ଏଥିରେ ସ୍ଥାନ ପାଇଥିଲେ। ଅନ୍ୟପକ୍ଷରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ପାତ୍ରପୁର ମେଡ଼ିକାଲ ତଥା ଅଞ୍ଚଳବାସୀଙ୍କ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଆଗାମୀ ଦିନରେ ମଧ୍ୟ ସେ ତାଙ୍କ ଉଦ୍ୟମ ଜାରି ରଖିବେ ବୋଲି ତ୍ରିବେଣୀ କହିଛନ୍ତି
ନାରୀ ସଚେତନତା ପାଇଁ ଜାତୀୟସ୍ତରରେ ଆର୍. ତ୍ରିବେଣୀ ପୁରସ୍କୃତ
/sambad/media/post_attachments/wp-content/uploads/2023/03/Presentation1-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)