ଗଜପତିଙ୍କ ପରେ ବିଦେଶରୁ ଫେରି ସ୍ବେଚ୍ଛାକୃତ ପଞ୍ଜୀକରଣ ସହ ଘରେ କ୍ୱାରେଣ୍ଟାଇନରେ ରହିଲେ ଆଇଏଏସ୍ ଭିନିଲ କ୍ରିଷ୍ଣା, ଦେଲେ ଏଭଳି ବାର୍ତ୍ତା

ଭୁବନେଶ୍ବର: ବିଦେଶ ଫେରନ୍ତାଙ୍କ ପଞ୍ଜିକରଣକୁ ବାଧ୍ୟତାମୂଳକ କରାଯିବା ପରେ ରବିବାର ଆମେରିକାରୁ ଫେରି ସ୍ବେଚ୍ଛାକୃତ ଭାବେ ନିଜର ପଞ୍ଜୀକରଣ କରାଇ ୧୪ ଦିନ ଲାଗି ଘରେ କ୍ବାରେଣ୍ଟାଇନରେ ରହି ଏକ ଉଦାହରଣ ସୃଷ୍ଟି କରିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ତାଙ୍କ ପରେ ଠିକ ସେଭଳି ଉଦାହରଣ ଜନସାଧାରଣଙ୍କ ସାମ୍ନାରେ ରଖିଛନ୍ତି ଆଇଏଏସ୍ ଅଧିକାରୀ ଭିନିଲ୍ କ୍ରିଷ୍ଣା। ସେ ବିଦେଶରୁ ଫେରି ଘରେ ପୃଥକ ଭାବେ ରହିବା ସହ ଏକ ଭିଡିଓ ବାର୍ତ୍ତା ଜାରିକରି ସମସ୍ତଙ୍କୁ ସରକାରଭ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।

କରୋନାକୁ ନେଇ ଗୋଟିଏ ପରେ ଗୋଟିଏ ସତର୍କତାମୂଳକ ପଦକ୍ଷେପ ନେଇ ଚାଲିଛନ୍ତି ରାଜ୍ୟ ସରକାର । ଏପରିକି ବାହାରୁ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ସରକାର ୱେବସାଇଟରେ ପଞ୍ଜୀକରଣ ବ୍ୟବସ୍ଥା କରିଛନ୍ତି । ଆଉ ଆଜି ଏହି ୱେବସାଇଟରେ ନିଜ ଆଡୁ ପଞ୍ଜୀକରଣ କରିଛନ୍ତି ଓଏମସି ଏବଂ କ୍ରୀଡା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା । ଏନେଇ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ସୂଚନା ଦେଇଛନ୍ତି ଭିନିଲ କ୍ରିଷ୍ଣା ।

ରାଜ୍ୟ ସରକାରଙ୍କ covid19.odisha.gov.in ୱେବସାଇଟରେ ନିଜ ବାବଦରେ ସମସ୍ତ ତଥ୍ୟ ଦେବା ସହ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି ଭିନିଲ କ୍ରିଷ୍ଣା । ବାହାରୁ ଫେରିଥିବାରୁ ସରକାରଙ୍କୁ ନିଜ ବାବଦରେ ସମସ୍ତ ସୂଚନା ଦେଇଛନ୍ତି ଭିନିଲ । ଏପରିକି କରୋନା ଭୂତାଣୁ ଜନିତ କୌଣସି ଲକ୍ଷଣ ଦେଖା ଯାଇନଥିଲେ ମଧ୍ୟ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି ଭିନିଲ୍ । ଏହାସହ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିବା ସହ କରୋନା ମୁକାବିଲା ପାଇଁ ସମସ୍ତେ ସହଯୋଗ କରନ୍ତୁ ବୋଲି କହିଛନ୍ତି ଭିନିଲ୍ ।

ସମ୍ବନ୍ଧିତ ଖବର