ଜୟପାଟଣା : ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଅନ୍ତର୍ଗତ ମଙ୍ଗଳପୁରରେ ଅବସ୍ଥିତ ହାତୀ ବ୍ୟାରେଜ୍‌ରୁ ଉଭୟ ବାମ ଓ ଦକ୍ଷିଣ କେନାଲ୍‌ରେ ରବି ଚାଷ ପାଇଁ ପାଣି ଛଡ଼ାଯାଇଛି। ଚଳିତ ବର୍ଷ ରବିରେ ଏହିସବୁ କେନାଲ୍‌ ପରିସରରେ ରହିଥିବା କଳାହାଣ୍ଡି ଜିଲ୍ଲାର ୬ଟି ବ୍ଲକ୍‌ର ୫୨. ୫୫୪ ହେକ୍ଟର ଜମିରେ ଜଳସେଚନ କରାଯିବାର ଲକ୍ଷ୍ୟ ନେଇ ବୁଧବାର ପୂର୍ବାହ୍ନରେ ଜଳସେଚନ ଆରମ୍ଭ କରାଯାଇଛି।

Advertisment

publive-image

ସୂଚନାରୁ ପ୍ରକାଶ ଯେ, ଇନ୍ଦ୍ରାବତୀ ଜଳଭଣ୍ଡାର ଜଳପତ୍ତନ ୬୩୭.୯୧ମି ଅର୍ଥାତ ୭୯.୭୩ ପ୍ରତିଶତ ଜଳସ୍ତର ରହିଥିଲା। ବିଜୁଳି ଉତ୍ପାଦନକୁ ସ୍ୱାଭାବିକ ରଖାଯାଇ ମଙ୍ଗଳପୁର ହାତୀ ବ୍ୟାରେଜ୍‌ରୁ ଜଳସେଚନ ଆରମ୍ଭ କରାଯାଇଛି। ପ୍ରାରମ୍ଭିକ ସ୍ତରରେ ବାମ ମୁଖ୍ୟ କେନାଲ୍‌ରେ ୪.୭୮ ଏବଂ ଦକ୍ଷିଣ ମୁଖ୍ୟ କେନାଲ୍‌ରେ ୪.୮୯ କ୍ୟୁମାକ୍ସ ପାଣି ଛଡ଼ା ଯାଉଥିବା ଜଣାପଡ଼ିଛି। ଏହି ଜଳସେଚନ ପରିସରରେ ଜୟପାଟଣା ବ୍ଲକ୍‌ର ୬୨ ଖଣ୍ଡ ଗ୍ରାମର ୧୪,୨୧୦. ୦୧୮ ହେକ୍ଟର, କଳମପୁର ଅଞ୍ଚଳର ୪୮ ଗ୍ରାମର ୯୫୨୯.୪୫୯, ଜୁନାଗଡ଼ ୧୩୬ ଗ୍ରାମର ୧୮,୯୫୩.୪୬, କୋକସରା ୧୨ ଗ୍ରାମର ୧୮୭୭.୨୨୬, ଧର୍ମଗଡ଼ ୬୨ ଗ୍ରାମର ୭୯୮୪.୦୬୩ ଏପରି ମୋଟ୍‌ ୫୨,୫୫୪.୨୩୪ ହେକ୍ଟର ଜମିରେ ଜଳସେଚନ ପାଇଁ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପଦ୍ମନାଭ ପଣ୍ଡା ବାମ କେନାଲ୍‌ ୧ର ନିର୍ବାହୀ ଯନ୍ତ୍ରୀ ଅଜିତ ପାତ୍ର, ଦକ୍ଷିଣ କେନାଲ୍‌ ନିର୍ବାହୀ ଯନ୍ତ୍ରୀ ରାଜକୁମାର ବେହେରା, କନିଷ୍ଠ ଯନ୍ତ୍ରୀ ରଘୁନାଥ ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।