ମେ’ ୧ରୁ ରବି ଧାନ ସଂଗ୍ରହ

ଭୁବନେଶ୍ବର : ରାଜ୍ୟର ୧୭ଟି ଜିଲ୍ଲାରେ ମେ’ ମାସ ୧ ତାରିଖରୁ ରବି ଧାନ ସଂଗ୍ରହ ହେବ। ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଗାଇଡ୍‌ଲାଇନ ଜାରି ହୋଇଛି। ବାଲେଶ୍ବର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁରରେ ଧାନ ସଂଗ୍ରହ ହେବ। ଏଥିପାଇଁ ଏପ୍ରିଲ ଦ୍ବିତୀୟ ସପ୍ତାହ ସୁଦ୍ଧା ସଂପୃକ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ କରିବାକୁ କୁହାଯାଇଛି। ଏଥିସହିତ ଚାଷୀ ପଞ୍ଜୀକରଣ ମଧ୍ୟ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର