ରବି ଧାନ ସଂଗ୍ରହ ଏବେସୁଦ୍ଧା ୮ ଲକ୍ଷ ୪୫ ହଜାର ମେଟ୍ରିକ୍‌ ଟନ୍‌: ମନ୍ତ୍ରୀ

ଭୁବନେଶ୍ବର : ଚଳିତ ବର୍ଷ ରବି ଧାନ ସଂଗ୍ରହ ଋତୁରେ ଏବେସୁଦ୍ଧା ୧୭ଟି ଜିଲ୍ଲାରୁ ୮ ଲକ୍ଷ ୪୫ ହଜାର ୯୩୧ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଛି। ଆଜି ରବି ଧାନ ସଗ୍ରହ ନେଇ ସମୀକ୍ଷା ବୈଠକ ପରେ ଏ ସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି। ଏହାସହିତ କୋଭିଡ ନିୟମ ଅନୁପାଳନ ପୂର୍ବକ ମଣ୍ଡିରେ ପଡ଼ି ରହିଥିବା ଚାଷୀମାନଙ୍କର ସମସ୍ତ ଧାନ କିଣିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୨୧-୨୨ ଧାନ ସଂଗ୍ରହ ଋତୁରନ ବିକ୍ରି ନିମନ୍ତେ ରାଜ୍ୟର ମୋଟ ପ୍ରାୟ ୨ ଲକ୍ଷ ୩୨ ହଜାର ୪୦୯ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୨୨ ହଜାର ୮୨୩ ଜଣ ଚାଷୀମାନଙ୍କର ଜମିଜମା, ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ଼ ଓ ଜଳସେଚିତ ଜମିର ପରିମାଣ ଆଦି ତଥ୍ୟର ଯାଞ୍ଚ ପ୍ରକ୍ରିୟା ସରିଛି। ଏଥିମଧ୍ୟରୁ ଅଦ୍ୟାବଧି ୧ ଲକ୍ଷ ୨୬ ହଜାର ୪୫୨ ଜଣ ଚାଷୀମାନଙ୍କଠାରୁ ରବିଧାନ ସଂଗ୍ରହ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୧୫୮୦ କୋଟି ୨୦ ଲକ୍ଷ ଟଙ୍କା। ଏହି ଧାନ ସଂଗ୍ରହ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର