ଅନ୍‌ଲାଇନ୍‌ରେ ପ୍ରେକ୍ଷାଳୟ ବୁକିଂ: ଏସ୍‌ବିଆଇ ସହ ଏମ୍‌ଓୟୁ ଆଜି

ଭୁବନେଶ୍ବର : ଏଣିକି ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ ବୁକିଂ ପାଇଁ ଆଉ ସଂସ୍କୃତି ବିଭାଗ କାର୍ଯ୍ୟାଳୟ କିମ୍ବା ବିଭିନ୍ନ ଅଫିସ୍‌ର କର୍ମକର୍ତାଙ୍କ ନିକଟକୁ ଧାଇଁବାକୁ ପଡ଼ିବନି। କେଉଁ ପ୍ରେକ୍ଷାଳୟ କେବେ ଖାଲି ଅଛି, ଜାଣିବା ପାଇଁ ଆଉ ହଟହଟା ହେବାକୁ ପଡ଼ିବ ନାହିଁ। ଆସନ୍ତାକାଲି ସଂସ୍କୃତି ଭବନରେ ରବୀନ୍ଦ୍ର ମଣ୍ଡପ, ଭଂଜ କଳାମଣ୍ଡପ ଓ ଉତ୍କଳ ମଣ୍ଡପ ଅନ୍‌ଲାଇନ୍‌ ବୁକିଂ ତଥା ଇ-ରିଜର୍ଭେସନ୍‌ ବ୍ୟବସ୍ଥା ପାଇଁ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ସହ ବୁଝାମଣା ସ୍ବାକ୍ଷରିତ ହେବ। ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ପୂର୍ବରୁ ଆୟୋଜିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ରିଜର୍ଭେସନ୍‌ ପାଇଁ ନ୍ୟାସ୍‌ନାଲ୍‌ ଇନ୍‌‌ଫରମେଟିକ୍‌ ସେଣ୍ଟର୍‌ ଆବଶ୍ୟକ ଡିଜାଇନ୍‌ ଓ ଆପ୍‌ ପ୍ରସ୍ତୁତ କରିଛି। ଯେକୌଣସି ବ୍ୟକ୍ତି କେତୋଟି କ୍ଲିକ୍‌ରେ ସବିଶେଷ ତଥ୍ୟ ହାସଲ କରିପାରିବ।

ସମ୍ବନ୍ଧିତ ଖବର