ରାଧାନାଥ ନିଜ ରଚନା ମାଧ୍ୟମରେ ଓଡ଼ିଆ ସାହିତ୍ୟକୁ ନୂତନ ଦିଗଦର୍ଶନ ଦେଇଥିଲେ

ଖୋର୍ଦ୍ଧା: ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘର ଓ ଜଗନ୍ନାଥ ସାହିତ୍ୟ ପରିଷଦ ମିଳିତ ଭାବେ ପାଳିଛନ୍ତି କବିବର ରାଧାନାଥ ଜୟନ୍ତୀ। ଏହି ଅବସରରେ ଏକ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସଭାରେ ସମ୍ବାଦ ସାହିତ୍ୟଘରର ସଭାପତି ସତ୍ୟବାଦୀ ବଳିଆରସିଂହ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଥିଲେ ଡ. ନନ୍ଦକିଶୋର ପଟ୍ଟନାୟକ, ମୁଖ୍ୟ ବକ୍ତା ଥିଲେ ଡ. ଶରତ ଚନ୍ଦ୍ର ମହାପାତ୍ର । ରାଧାନାଥ ରାୟ ନିଜର ରଚନା ମାଧ୍ୟମରେ ଓଡ଼ିଆ ସାହିତ୍ୟକୁ ନୂତନ ଦିଗଦର୍ଶନ ଦେଇଥିଲେ। ତାଙ୍କର କୃତି ଉତ୍ତରପିଢ଼ିଙ୍କ ପାଇଁ ଏକ ଆଲୋକବର୍ତ୍ତିକା ବୋଲି ଉଭୟ ଅତିଥି କହିଥିଲେ।

ପ୍ରଥମ ଅଧିବେଶନ କବିତା ପାଠୋତ୍ସବକୁ ସାହିତ୍ୟଘରର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମହାରଣା ସଂଯୋଜନା କରିଥିଲେ। କବି ଦିବ୍ୟଲୋଚନ ଭାରିମଲ୍ଲ, ବିକ୍ରମ କେଶରୀ ଚମ୍ପତ୍ତି, ଜ୍ୟୋତିପ୍ରଭା ପଟ୍ଟନାୟକ, ନଳିନୀ ଦାଶ, ନାରାୟଣ ଦାସ, କୈଳାସ ଚନ୍ଦ୍ର ପୃଷ୍ଟି, ପ୍ରଫୁଲ୍ଲ କୁମାର ଦାସ, ଗୟା ପ୍ରସାଦ ମିଶ୍ର, ବାସୁଦେବ ସାହୁ, ସମରଜିତ ପଟ୍ଟନାୟକ, ବିଳାସିନୀ ଦାଶ, ରାଜକିଶୋର କେଇ, ଉମାଶଙ୍କର ପ୍ରସାଦ, ସୁବାସିନୀ ପଟ୍ଟନାୟକ, ପ୍ରସନ୍ନ କୁମାର ମଣ୍ଡଳ, ଡ ନୀଳାଦ୍ରିନାଥ ଜଗଦେ୍ଦବ, ଜ୍ୟେତିରଂଜନ ସାହୁ, କବିତା ପଟ୍ଟନାୟକ, ଶ୍ରୀନିବାସ ପ୍ରଧାନ ପ୍ରମୁଖ ରାଧାନାଥ ରାୟ ଓ ଶାରଦୀୟ ଦୁର୍ଗାପୂଜା ସମ୍ପର୍କିତ ସ୍ୱରଚିତ କବିତା ପାଠ କରିଥିଲେ ।

ଦ୍ବିତୀୟ ଅଧିବେଶନରେ ରାଧାନାଥଙ୍କ ସାହିତ୍ୟ କୃତି ସମ୍ପର୍କରେ ଆଲୋଚନା ହୋଇଥିଲା। ଡ. ସନ୍ତୋଷ କୁମାର ନାୟକ, ଉମାଶଙ୍କର ପ୍ରସାଦ, ସାହିତ୍ୟଘର ଉପସଭାପତି ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଜଗନ୍ନାଥ ସାହିତ୍ୟ ପରିଷଦର ସଭାପତି ଶିବ ସୁନ୍ଦର ପଟ୍ଟନାୟକ, ସମ୍ପାଦିକା ବିମଳା ସିଂହ, ଦେବରାଜ ପ୍ରଧାନ, ରାମଶଙ୍କର, ଭୀମସେନ ପ୍ରଧାନ, କୃଷ୍ଣଚନ୍ଦ୍ର ହରିଚନ୍ଦନ, ଅଧ୍ୟାପିକା ଆରତୀ ସେନ, ଡ ରଜନୀ ରଣସିଂହ, ଗତିକୃଷ୍ଣ ଉତ୍ତର କବାଟ, ବିଦ୍ୟାଧର ଲେଙ୍କା, ଡ ସୁଚେତା ରାଉତ, ଜବହରଲାଲ ସୁବୁଦ୍ଧି ପ୍ରମୁଖ ନିଜ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ବିକ୍ରମ କେଶରୀ ଚମ୍ପତ୍ତି ପ୍ରମୁଖ ପରିଚାଳନା କରିଥିଲେ । ସାହିତ୍ୟଘରର କୋଷାଧ୍ୟକ୍ଷ ଇତିଶ୍ରୀ ସାହୁ ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର