ଝାରସୁଗୁଡ଼ା: ବିଜୁ ଜନତା ଦଳର ବିଧାୟିକା ସ୍ନେହାଙ୍ଗିନି ଛୁରିଆ ଓ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି କୋଭିଡ୍‌ ଗାଇଡ୍‌ଲାଇନ ଉଲ୍ଲଂଘନ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା। କରୋନା ମହାମାରୀ ସମୟରେ ପଶ୍ଚିମ ଓଡ଼ିଶାର ଲୋକ ଆତଙ୍କିତ ହେଉଥିବା ବେଳେ ସ୍ନେହାଙ୍ଗିନୀ ବରଗଡ଼ ଜିଲ୍ଲା ଭେଡେନ ବ୍ଲକରେ ହଜାର ହଜାର ଲୋକଙ୍କୁ ନେଇ ରାଜନୈତିକ କାର୍ଯ୍ୟକ୍ରମ କରିଥିଲେ।

Advertisment

ଅନ୍ୟପକ୍ଷରେ କିଶୋର ମହାନ୍ତି ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ବହୁ କର୍ମୀଙ୍କୁ ନେଇ ‌ସ୍ମୃତିସଭା କରିଥିଲେ। କେବଳ ସେତିକି ନୁହେଁ ଲଖନପୁର ବ୍ଲକ କୁସମେଲଠାରେ ଜଣେ ଯୁବତୀଙ୍କ ବିବାହରେ କନ୍ୟାଦାନ କରିବା ପାଇଁ ଯାଇ ସେଠାରେ ଦଳୀୟ କର୍ମୀଙ୍କୁ ଠୁଳ କରି କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିଲେ ବୋଲି ଶ୍ରୀମତୀ ପଣ୍ଡା ଅଭିଯୋଗ କରିଛନ୍ତି।

publive-image

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନିବାକୁ ଜନସାଧାରଣଙ୍କୁ ନିବେଦନ କରୁଥିବା ବେଳେ ବିଜେଡିର ଏହି ନେତାମାନେ ଜାଣିଶୁଣି ନିୟମ ଭାଙ୍ଗୁଥିବା ସେ ଅଭିଯୋଗ କରିଛନ୍ତି।