ବ୍ରଜରାଜନଗର: ଧର୍ମେନ୍ଦ୍ର(ମୁକୁ)ଙ୍କୁ ଦେଖି ଭାବବିହ୍ବଳ ହୋଇଉଠିଲେ ରାଧାରାଣୀ। ଏଭଳି ବିରଳ ଘଟଣା ଆଜି ବ୍ରଜରାଜନଗରରେ ଦେଖିବାକୁ ମିଳିଛି। ଭଉଣୀର ମାନସମ୍ମାନ ରକ୍ଷା ସହିତ ଉପନିର୍ବାଚନରେ ବିଜୟୀ କରିବା ଉଦ୍ଦେଶ୍ୟରେ ଦିଲ୍ଲୀରୁ ଧାଇଁ ଆସିଛନ୍ତି ଭାଇ ଧର୍ମେନ୍ଦ୍ର। ଭାଇ ଧର୍ମେନ୍ଦ୍ରଙ୍କ କୋଳରେ ଲୋଟି ପଡ଼ି ସାନ ଭଉଣୀ ଭଳି ବ୍ୟବହାର କରିବା ଦୃଶ୍ୟ ବିରଳ ଓ ହୃଦୟସ୍ପର୍ଶୀ ଓ ଅନନ୍ୟ ଥିଲା। ସେହି ମୁହୂର୍ତ୍ତରେ ଅସହାୟ ଭଉଣୀକୁ ଭାଇ ଧର୍ମେନ୍ଦ୍ର କୋଳେଇ ନେଇ ଯେଉଁଭଳି ପିଠିରେ ଥାପୁଡ଼େଇବା ଘଟଣାକୁ ଜଣେ ବଡ଼ଭାଇର ଏକ ଅଲିଅଳି ଭଉଣୀ ପ୍ରତି ନିଜର କର୍ତ୍ତବ୍ୟ ଓ ସ୍ନେହ ବୋଲି ବିବେଚନା କରାଯାଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ଦଳୀୟ ପ୍ରାର୍ଥିନୀ ଶ୍ରୀମତୀ ରାଧାରାଣୀ ପଣ୍ଡାଙ୍କ ଏଭଳି ଦୃଶ୍ୟ ଏବେ କେବଳ ବ୍ରଜରାଜନଗରରେ ନୁହେଁ, ବରଂ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

publive-image
ଆଜି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ମାରାଥନ ପ୍ରଚାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦଳୀୟ ପ୍ରାର୍ଥିନୀ ଶ୍ରୀମତୀ ରାଧାରାଣୀ ପଣ୍ଡାଙ୍କ ପାଇଁ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ସେ ପ୍ରଚାର କରିବେ। ରାମ୍ପେଲା, ବାଗମୁଣ୍ଡା, ପଞ୍ଚ ଗାଁ, କନକ ତୋରା, ବେଲପାହାଡ଼, ବ୍ରଜରାଜନଗର ସମେତ ବିଭିନ୍ନ ସ୍ଥାନରେ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି ଧର୍ମେନ୍ଦ୍ର। କନକ ତୋରାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବା ସହ ଦଳୀୟ ପ୍ରାର୍ଥିନୀଙ୍କ ସହ ନିର୍ବାଚନୀ ରୋଡ ସୋ’ ଓ ଶୋଭାଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଗତକାଲି ଭୁବନେଶ୍ୱରରୁ ପୁରୀ ହଟିଆ ତପସ୍ୱିନୀ ଏକ୍ସପ୍ରେସରେ ସମ୍ବଲପୁର ପର୍ଯ୍ୟନ୍ତ ଯାତ୍ରା କରିଥିଲେ ଧର୍ମେନ୍ଦ୍ର। ଆଜି ସକାଳୁ ସମ୍ବଲପୁର ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ନିର୍ବାଚନୀ ପ୍ରଚାର ପାଇଁ ଝାରସୁଗୁଡ଼ା ଅଭିମୁଖେ ଯାତ୍ରା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।