ଭୁବନେଶ୍ବର: ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ନେଇ ଦଳ ପକ୍ଷରୁ ଘୋଷଣା ହୋଇଛି। ଆଗରୁ ରାଧାରାଣୀ ପଣ୍ଡାଙ୍କ ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା। ପ୍ରତିଦ୍ବନ୍ଦ୍ବିତା ପାଇଁ ପ୍ରସ୍ତୁତ ରହିଥିବାକୁ ଦଳ ତାଙ୍କୁ କହିଥିବା ସେ ସୂଚନା ଦେଇଥିଲେ। ସେ ୨୦୧୪ରେ ବ୍ରଜରାଜନଗରରୁ ବିଜେପି ଟିକେଟରେ ନିର୍ବାଚନ ଜିତିଥିଲେ। ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରାଯିବା ନେଇ ଘୋଷଣା ହେବା ପରେ ବ୍ରଜରାଜନଗର ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ଜୋରଦାର୍ ହେବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ଗତ ଡିସେମ୍ବର ୩୦ରେ ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଥିଲା। ଚଳିତ ମେ’୩୧ରେ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ତାରିଖ ଘୋଷଣା ପରଠାରୁ ରାଜନୈତିକ ଉଷ୍ମତା ଜୋର୍ ଧରିଥିବାବେଳେ ପ୍ରାର୍ଥିତ୍ବକୁ ନେଇ କୌଣସି ଦଳ ସ୍ପଷ୍ଟ ସଙ୍କେତ ଦେଇନଥିଲେ। ତେବେ, ବିଜେଡିରୁ ଦିବଂଗତ ବିଧାୟକଙ୍କ ପତ୍ନୀ ଅଳକା ମହାନ୍ତି ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳିଙ୍କ ନାମ ଚର୍ଚ୍ଚାରେ ରହିଛି। ଏପଟେ ବିଜେପିରେ ମଧ୍ୟ ଦୁଇ ଜଣଙ୍କ ନାମକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। ବିଜେପିରୁ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନାମ ସହିତ ଏବେ ନୂଆ ଚେହେରା ସୁଜିତ ସିଂହଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସୁଥିଲା।
ସୁଜିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ସକ୍ରିୟ ଥିବା ବେଳେ ସେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଂପାଦକ ରହିଥିବା ଜଣାଯାଇଛି। ଏ ନେଇ ସୁଜିତ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ଦଳ ଯାହା ନିର୍ଦ୍ଦେଶ ଦେବ ଓ ଯାହାଙ୍କୁ ଟିକେଟ ଦେବ ସେ ତାଙ୍କ ପାଇଁ କାମ କରିବେ। ତେବେ ତାଙ୍କୁ ଟିକେଟ ଦେବାପାଇଁ ଭୁବନେଶ୍ବର ସାଂସଦ ଓ ପଶ୍ଚିମ ଓଡ଼ିଶାର ଜଣେ ସାଂସଦ ତାଙ୍କ ପାଇଁ ଲବି କରୁଥିବା କଥାକୁ ସେ ଖଣ୍ଡନ କରିଥିଲେ। ଅପରପକ୍ଷେ ଶ୍ରୀମତୀ ପଣ୍ଡା ଗଣମାଧ୍ୟମରେ କହିଥିଲେ, ପ୍ରାର୍ଥୀ ହେବାକୁ ଦଳ ତାଙ୍କୁ ପ୍ରସ୍ତୁତ ରହିବାକୁ କହିଛି। ପାର୍ଟି ଏ ନେଇ କୌଣସି ନିଷ୍ପତ୍ତି ନେଇ ନଥିବାରୁ ସେ ସିଧାସଳଖ କହିବା ଠିକ୍ ହେବନାହିଁ ବୋଲି କହିଥିଲେ। ପାର୍ଟିରେ ଅନେକ ଆଶାୟୀ ଥିଲେ ମଧ୍ୟ ଯଦି ତାଙ୍କୁ ଟିକେଟ ମିଳେ ସେ ନିର୍ବାଚନ ଲଢ଼ିବେ ବୋଲି କହିଥିଲେ।
ବ୍ରଜରାଜନଗର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ବିଜେପି ପ୍ରାର୍ଥୀ
/sambad/media/post_attachments/wp-content/uploads/2022/05/radharani-fff-750x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)