ରାଷ୍ଟ୍ରୀୟସ୍ତରରେ ସମ୍ମାନିତ ହେଲେ ଓଡ଼ିଶାର ପ୍ରଗତିଶୀଳ କୃଷକ ରାଧେଶ୍ୟାମ ବିଶ୍ୱାଳ

ରାଷ୍ଟ୍ରୀୟସ୍ତରରେ ସମ୍ମାନିତ ହେଲେ ଓଡ଼ିଶାର ପ୍ରଗତିଶୀଳ କୃଷକ ରାଧେଶ୍ୟାମ ବିଶ୍ୱାଳ

ଭୁବନେଶ୍ବର: ଓଡ଼ିଶା କୃଷି ଜଗତ ଓ କୃଷକମାନଙ୍କ ପାଇଁ ଖୁସି ଖବର ଆସିଛି। ଭୁବନେଶ୍ବରସ୍ଥିତ ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥା ଦ୍ୱାରା ଆପଣା ଯାଇଥିବା ପ୍ରଗତିଶୀଳ କୃଷକ ରାଧାଶ୍ୟାମ ବିଶ୍ୱାଳ ରାଷ୍ଟ୍ରୀୟସ୍ତରରେ ସମ୍ମାନିତ ହୋଇଛନ୍ତି। ସେ ଗତ ୪ ତାରିଖ ଦିନ ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ପରିସରରେ ଅନୁଷ୍ଠିତ ‘ପୁଷା କୃଷିମେଳା’ ସମାରୋହରେ ସମ୍ମାନିତ ହୋଇଛନ୍ତି। ଉଦଯାପନୀ ସମାରୋହରେ ପୁରୀ ଜିଲ୍ଲା କଣାସ ବ୍ଲକର ଲୋକପାଳ ଗ୍ରାମର ରାଧାଶ୍ୟାମ ବିଶ୍ୱାଳଙ୍କୁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ ‘ଆଇ.ଏ.ଆର.ଆଇ ଇନୋଭେଟିଭ୍ କୃଷକ’ ଭାବରେ ସମ୍ବର୍ଦ୍ଧିିତ କରିଛନ୍ତି ।

ସୂଚନାଯୋଗ୍ୟ, ଜଳ ପ୍ରବନ୍ଧନ ସଂସ୍ଥାର ବୈଜ୍ଞାନିକମାନଙ୍କର ପରାମର୍ଶରେ ରାଧେଶ୍ୟାମ ବିଶ୍ୱାଳ ବୈଜ୍ଞାନିକ ପଦ୍ଧତିରେ ଧାନ, ଡାଲି, ତୈଳବୀଜ, ପଠଳ, ପନିପରିବା, ଦୁଗ୍ଧପାଳନ, ମାଛଚାଷ, କୁକୁଡା ପାଳନ, ଛତୁ ଚାଷ, କୃଷି ଯାନ୍ତ୍ରିକିକରଣ ତଥା ଜଳପ୍ରବନ୍ଧନ ଜ୍ଞାନକୌଶଳ ଇତ୍ୟାଦି ଅବଲମ୍ବନ କରି ବିଗତ ୫-୬ ବର୍ଷରେ ନିଜର ବାର୍ଷିକ ଆୟ ଦୁଇ ଲକ୍ଷ ୧୬ ହଜାରରୁ ସାତ ଲକ୍ଷ ୪୦ ହଜାର କରି ନିଜ କୃଷି ଆୟକୁ ତିନି ଗୁଣରୁ ଅଧିକ କରିପାରିଛନ୍ତି। ସେଥିପାଇଁ ତାଙ୍କୁ ବୈଜ୍ଞାନିକ ଓ ଅନ୍ୟାନ୍ୟ ମହଲରୁ ଶୁଭେଚ୍ଛା ଦିଆଯାଇଛି। ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଅର୍ଜମାଦତ୍ତ ଷଡଙ୍ଗୀ ଶୁଭେଚ୍ଛା ଦେବା ସହିତ ରାଧେଶ୍ୟାମ ବିଶ୍ୱାଳ ଆଗାମୀ ଦିନରେ ଓଡ଼ିଶାର ଅନ୍ୟାନ୍ୟ କୃଷକ ଭାଇ ଭଉଣୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବେ ବୋଲି ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe