ପୁନଶ୍ଚ ପୃଥିବୀ ଅଭିଯାନରେ ସାମିଲ୍ ହେଲା ରେଡ଼ିଓ ଚକ୍‌ଲେଟ୍‌

ଭୁବନେଶ୍ବର : ଆଜି ବିଶ୍ୱ ପରିବେଶ ଦିବସ। ସହରୀକରଣ, ଯାନବାହାନ ତଥା କଳକାରଖାନାର ମାତ୍ରାଧିକ ବୃଦ୍ଧି, ସୌନ୍ଦର୍ଯ୍ୟୀକରଣ ନାଆଁରେ ଗଛ କଟା, ପ୍ରଦୂଷିତ ନଦୀ, ନାଳ, ତାପମାତ୍ରାରେ ବୃଦ୍ଧି; ଏସବୁ ପାଇଁ ପରିବେଶ କ୍ଷିପ୍ର ଗତିରେ ଧ୍ୱଂସ ଆଡକୁ ଗତି କରୁଛି । ଗୋଟିଏ ବୋଲି ଆମ ପୃଥିବୀର ସୁରକ୍ଷା ଦାୟିତ୍ୱ ଆମର । ମିଡିଆ ଏବଂ ମନୋରଂଜନ ସହିତ ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ ଅଗ୍ରଣୀ ଭୂମିକା ତୁଲାଇ ଆସୁଥିବା ସମ୍ବାଦ ଗ୍ରୁପ୍‌ର ପ୍ରୟାସ ‘ପୁନଶ୍ଛ ପୃଥିବୀ’ ଅଭିଯାନରେ ସାମିଲ୍ ହୋଇଛି ରେଡିଓ ଚକ୍‌ଲେଟ୍ । ଆମ ପୃଥିବୀକୁ ଆଉଥରେ ସୁନ୍ଦର କରି ଗଢିବା ପାଇଁ ଆହ୍ୱାନ୍ କରିଛି ଶ୍ରୋତାମାନଙ୍କୁ।

ରେଡିଓ ଚକ୍‌ଲେଟ୍‌ର ଆର୍‌.ଜେ. ନିଲ୍‌, ଆର୍‌.ଜେ. କୋମଲ, ଆର୍‌.ଜେ ସୋନାଲି, ଆର୍‌.ଜେ. ପୂଜାଙ୍କ ଅନୁରୋଧରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଯେପରି ସମ୍ବାଦ ପରିବାରର ଅଧ୍ୟକ୍ଷ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ବିଧାୟକ ଅରୁଣ ସାହୁ, ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ନାଲ୍‌କୋ ଅଧ୍ୟକ୍ଷ ଶ୍ରୀଧର ପାତ୍ର, ନାଲ୍‌କୋ ମହିଳା ସମିତିର ସଭାପତି ସସ୍ମିତା ପାତ୍ର, ଭୁବନେଶ୍ୱର ମହାନଗର ନିଗମର ମେୟର୍ ସୁଲୋଚନା ଦାସ, କଟକ ମହାନଗର ନିଗମର ମେୟର୍ ସୁବାସ ସିଂହ ଏବଂ କଟକ-ଭୁବନେଶ୍ୱର ଟ୍ୱିନ୍‌ସିଟିର ପୁଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଟିମ୍ ଚକ୍‌ଲେଟ୍ ତରଫରୁ ଉପହାର ଭାବରେ ପାଇଥିବା ବୃକ୍ଷଟିକୁ ନିଜ ବଗିଚାରେ ପୋତି ତାର ରକ୍ଷଣା ବେକ୍ଷଣା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସମସ୍ତ ଅତିଥି ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍ ଏମ୍ ଧୁମ୍ ମିଠାର ଏହି ପ୍ରୟାସକୁ ଖୁବ୍ ପ୍ରଶଂସା କରିଥିଲେ ।

ସମ୍ବନ୍ଧିତ ଖବର