ଭୁବନେଶ୍ୱର : ପବିତ୍ର ଦୀପାବଳି ଏବଂ ଶିଶୁ ଦିବସ ଗୋଟିଏ ଦିନରେ ପଡ଼ିଥିବାରୁ ରେଡିଓ ଚକ୍ଲେଟ୍ ଛୋଟ ଛୋଟ ପିଲାଙ୍କୁ ନେଇ ପାଳନ କରିଛି 'ଦୀପରେ ଦୀପାବଳି ଉଇଥ୍ ଛୋଟା ଆର୍ଜେ'। ସାତରୁ ଏଗାର ବର୍ଷର ପିଲାମାନଙ୍କ ଠାରୁ ହ୍ବାଟସ୍ଆପ୍ ଜରିଆରେ ଦୀପରେ ଦୀପାବଳି ସମ୍ପର୍କିତ ଭିଡିଓ ସଂଗ୍ରହ କରାଯାଇଥିଲା, ଏବଂ ସେଗୁଡ଼ିକୁ ରେଡିଓ ଚକ୍ଲେଟ୍ର ଅଫିସିଆଲ୍ ଫେସ୍ବୁକ୍ରେ ପୋଷ୍ଟ ମଧ୍ୟ କରାଯାଇଥିଲା।
ଅନେକ ପ୍ରତିଯୋଗୀମାନଙ୍କ ଭିତରୁ ପ୍ରଜ୍ଞା, ସିଓନା, ପ୍ରଣିତ୍, କୋଏଲ, ବୈବଭ, ସୂର୍ଯ୍ୟାସ୍ନାତ, ସାଇଆରୋହୀ, ପ୍ରିନ୍ସେଶ୍, ସାଇସ୍ବରୂପ, ସାଏରୀ, ଅନୁଷ୍କା, ଦୀପ୍ତିରଂଜନ, ଆଦ୍ୟାଶା, ତ୍ରିପନ୍ନା, ମାଲ୍ଭି, ସାଇ ମା, ସାଇ ସଂପର୍ଣ୍ଣାଙ୍କୁ ଦୀପାବଳି ପାଇଁ ରେଡିଓ ଚକ୍ଲେଟ୍ର ଛୋଟ ଆର୍ଜେ ଭାବେ ମନୋନୀତ କରାଯାଇଥିଲା। ସମସ୍ତ ଛୋଟା ଆର୍ଜେମାନେ ଦୀପାବଳିରେ ରେଡିଓ ଚକ୍ଲେଟ୍ରେ ସକାଳ ୭ଟାରୁ ରାତି ୯ଟା ମଧ୍ୟରେ ପ୍ରତି ଏକ ଘଣ୍ଟା ବ୍ୟବଧାନରେ ଦୀପରେ ଦୀପାବଳି ସମ୍ପର୍କିତ କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ। ଛୋଟ ଛୋଟ ପିଲାମାନଙ୍କ ମିଠା ମିଠା କଣ୍ଠ ଶ୍ରୋତାମାନଙ୍କ ମନକୁ ପୁରାପୁରି କିଣି ନେଇଥିଲା। କୋଭିଡ୍ କଟକଣା ଭିତରେ ସବୁ ନିୟମକୁ ମାନି ଏ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା, ଯାହାକୁ ସହଯୋଗ କରିଥିଲେ ରେଡିଓ ଚକ୍ଲେଟ୍ର ଆର୍ଜେ ନିଲ୍, ଆର୍ଜେ ଅନିଲ୍, ଆର୍ଜେ କୋମଲ୍, ଆର୍ଜେ କୋଏଲ୍, ଆର୍ଜେ ପୂଜା ଏବଂ ଆର୍ଜେ ଅଭି। ପୋଗ୍ରାମିଂ ହେଡ୍ ଆର୍ଜେ ସଂଗ୍ରାମଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ବେଶ୍ ମନଲାଖି ହୋଇଥିଲା। ଏହି କାର୍ଯ୍ୟକ୍ରମର ପ୍ରଯୋଜକ ଥିଲେ ଅରୁନ୍ଧତୀ ଜୁଏଲର୍ସ।