ଶେଷ ହେଲା ରେଡିଓ ଚକଲେଟ୍‌ର ‘ଫେଷ୍ଟିଭ୍ ଟ୍ରିଟ୍ସ’

ଭୁବନେଶ୍ବର : ଶାରଦୀୟ ଦୁର୍ଗାପୂଜାର ଶୁଭ ଅବସରରେ ରେଡିଓ ଚକଲେଟ୍ ୧୦୪ ଏଫ୍ ଏମ୍ ଏବଂ ଏଚଡିଏଫସି ବ୍ୟାଙ୍କର ମିଳିତ ଆନୁକୁଲ୍ୟରେ ଶେଷ ହୋଇଯାଇଛି ‘ଫେଷ୍ଟିଭ୍ ଟ୍ରିଟ୍ସ’। ଅକ୍ଟୋବର ୩ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମରେ ରେଡିଓ ଚକଲେଟ୍‌ର ସବୁ ଆର୍‌ଜେ ମାନେ ପଳାସୁଣି ସ୍ଥିତ ସୁଭଦ୍ରା ଏନ୍‌କ୍ଲେଭ, ରସୁଲଗଡ଼ ସ୍ଥିତ ମନୋରମା ଇଷ୍ଟେଟ, କ୍ଲବ୍ ଟାଉନ୍ ପଟିଆ, ଝାରପଡ଼ା ସ୍ଥିତ ଉତ୍କଳ ବାଟିକା, କଟକ ସ୍ଥିତ ଉତ୍କଳ ଆପାର୍ଟମେଣ୍ଟ ଓ ଚନ୍ଦ୍ରଶେଖରପୁର ସ୍ଥିତ କ୍ଲବ ଟାଉନକୁ ଯାଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଇଥିଲେ। କାର୍ଯ୍ୟକ୍ରମ ସମୟରେ ଆର୍‌ଜେ ମାନଙ୍କ ସଂଚାଳନ ଏବଂ ନାଚ ଗୀତ ସମସ୍ତଙ୍କ ମନକୁ ଛୁଇଁପାରିଛି। ଏଚଡିଏଫସି ବ୍ୟାଙ୍କର ପ୍ରତିନିଧିମାନେ ଉପସ୍ଥିତ ରହି ବ୍ୟାଙ୍କର ବିଭିନ୍ନ ଆକର୍ଷଣୀୟ ପୂଜା ଅଫର୍ ସଂପର୍କରେ ଜଣାଇଥିଲେ। ପ୍ରତିଯୋଗିତାର ବିଜେତାମାନଙ୍କୁ ଅନେକ ଆକର୍ଷଣୀୟ ଉପହାର ଦିଆଯାଇଥିଲା।

ସମ୍ବନ୍ଧିତ ଖବର