ଭୁବନେଶ୍ୱର : କରୋନା ଜନସାଧାରଣଙ୍କୁ ସତର୍କ କରେଇଛି। ହାତ ଧୋଇବା କେତେ ଆବଶ୍ୟକ ତାହା ବି ଶିଖେଇଦେଇଛି। ଅକ୍ଟୋବର ୧୫ ବିଶ୍ବ ହାତଧୁଆ ଦିବସ ଥିବା ବେଳେ ଏହି ବିଷୟ ଆଧାରରେ ରେଡିଓ ଚକ୍ଲେଟ୍ ପକ୍ଷରୁ ଏକ ଗୀତ ପ୍ରସ୍ତୁତ କରାଯାଇଛି। ‘ସମ୍ବାଦ’ ଓ ‘ରେଡିଓ ଚକ୍ଲେଟ୍’ ପକ୍ଷରୁ ଆୟୋଜିତ ସାରେଗାମା କାର୍ଯ୍ୟକ୍ରମର ଫାଇନାଲ୍କୁ ଉତ୍ତୀର୍ଣ୍ଣ ହୋଇଥିବା ଗୋପାଳକୃଷ୍ଣ ଗୀତଟି ଗାଇଥିବା ବେଳେ ଗୀତ ରଚନା କରିଛନ୍ତି ଗୁରୁ ଶତପଥୀ। ସଂଗୀତ ନିର୍ଦେଶନା ଦେଇଛନ୍ତି ରେଡିଓ ଚକ୍ଲେଟ୍ର ସାଉଣ୍ଡ ଇଂଜିନିୟର ସୌମିତ୍ରୀ ପଲାଇ।
ଚକ୍ଲେଟ୍ ଆର୍.ଜେ ଓ ଟିମ୍ ଚକ୍ଲେଟ୍ର ସଦସ୍ୟମାନଙ୍କୁ ନେଇ ଏହି ଗୀତର ଭିଡିଓ ନିର୍ମିତ ହୋଇଛି। ରେଡିଓ ଚକ୍ଲେଟ୍ର ଅଫିସିଆଲ୍ ଫେସ୍ବୁକ୍ ଓ ୟୁ-ଟ୍ୟୁବ୍ ପେଜ୍ରେ ଏହି ଭିଡିଓ ଦେଖିବାକୁ ମିଳିବ। ବିଶ୍ବ ହାତଧୁଆ ଦିବସ ଗୀତ ସହ ସଚେତନତା ଓ ମନୋରଂଜନଧର୍ମୀ ଅନ୍ୟ କାର୍ଯ୍ୟକ୍ରମ ଉପଭୋଗ କରିବାର ସୁଯୋଗ ମିଳିବ।