ରେଡିଓ ଚକ୍‌ଲେଟ୍‌ର ‘ଫନି’ ଅପଡେଟ୍‌

ଭୁବନେଶ୍ୱର : ଭୀଷଣ ସାମୁଦ୍ରିକ ବାତ୍ୟା ‘ଫୋନି’ ତାଣ୍ଡବରେ ରାଜଧାନୀ ଭୁବନେଶ୍ୱର ସମେତ ଅଧା ଓଡ଼ିଶାରେ ମୋବାଇଲ, ବିଦ୍ୟୁତ୍‌ ଏବଂ ଅନ୍ୟାନ୍ୟ ସୁବିଧା ବନ୍ଦ ଥିଲା ବେଳେ ରେଡିଓ ଚକଲେଟ୍‌ ଶ୍ରୋତାମାନଙ୍କ ସହ ଯୋଡ଼ି ହୋଇ ରହିଛି। ରେଡିଓ ଚକଲେଟ୍‌ ‘ଫନି’ ସମ୍ପର୍କିତ ଖବର ଓ ଅନ୍ୟାନ୍ୟ ଅପଡେଟ୍‌ ତଥା ରାଜ୍ୟର ଅନେକ ଖବର ଲୋକଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ ଗୀତ ସହ ଜାରି ରଖିଛି। ‘ଫନି’ବାତ୍ୟା ପରଠାରୁ ନିରବଚ୍ଛିନ୍ନ ଭାବେ ସାରା ରାତି ରେଡିଓ ଚକଲେଟ୍‌ର ଆର୍‌.ଜେମାନେ ଅନ୍‌-ଏୟାର୍‌ ରହି ସୂଚନା ପରିବେଷଣ କରିଥିଲେ। ୩ ତାରିଖ ସଂଧ୍ୟା ପରଠାରୁ ଯେତେବେଳେ ବିଦ୍ୟୁତ୍‌, ଇଣ୍ଟରନେଟ୍‌ ବ୍ୟାଘାତ ହେଲା, ସେତେବେଳେ ମଧ୍ୟ ରେଡିଓ ଚକଲେଟ୍‌ର ଆର୍‌.ଜେମାନେ ମଧ୍ୟ ଶ୍ରୋତାମାନଙ୍କ ସହ ଯୋଡ଼ି ହୋଇ ରହିଥିଲେ। ବାତ୍ୟା ପରେ ବିଦ୍ୟୁତ୍‌, ଜଳଯୋଗାଣ, ଇଣ୍ଟରନେଟ୍‌ ସେବା ଭଳି ଜରୁରୀ ଆବଶ୍ୟକତା‌ରେ ବ୍ୟାଘାତ ସୃଷ୍ଟି ହେଇଛି। ଶ୍ରୋତାମାନେ ବାତ୍ୟା ସମ୍ବନ୍ଧୀୟ ପୁନଃ ଥଇଥାନ, ଜରୁରୀ ସୂଚନା ଯେପରି ରେଡିଓ ଚକ‌ଲେଟ୍‌ ମାଧ୍ୟମରେ ପାଇ ପାରିବାର ସେ ନେଇ ପୂର୍ଣ୍ଣ ପ୍ରୟାସ ଜାରି ରହିଛି।

ସମ୍ବନ୍ଧିତ ଖବର