ଭୁବନେଶ୍ବର : ଓଡ଼ିଶାର ନମ୍ବର ୱାନ୍ ଏଫ୍ଏମ୍ ରେଡିଓ ଚକ୍ଲେଟ୍ ପ୍ରସ୍ତୁତ କରିଛି, ନୂଆ ଡ୍ୟାନ୍ସ ଗୀତ ‘ଲଭ୍ ନନ ଷ୍ଟପ’। ଶୁକ୍ରବାର ସନ୍ଧ୍ୟାରେ ଏହି ଗୀତ ମୁକ୍ତିଲାଭ କରିଛି। ଗୀତଟିକୁ ଲେଖିଛନ୍ତି ସରୋଜ ବିଶ୍ୱାଳ, କଣ୍ଠ ଓ ସଙ୍ଗୀତ ଦେଇଛନ୍ତି ସୌମିତ୍ରି ପଲାଇ। ଗୀତର ପ୍ରୋଗ୍ରାମିଙ୍ଗ୍ କରିଛନ୍ତି ଜଗନ୍ନାଥ ମହାନ୍ତି।
ଶ୍ରୋତାମାନେ ଏହି ଗୀତକୁ ରେଡିଓ ଚକ୍ଲେଟ୍ରେ ଶୁଣିପାରିବେ। ସେହିପରି ରେଡିଓ ଚକ୍ଲେଟ୍ର ୟୁଟ୍ୟୁବ୍ ପେଜ୍ରେ ମଧ୍ୟ ଏହାର କଭର ଭର୍ସନ ଦେଖିପାରିବେ। ଏହାର ଡିଓପି ନିରଂଜନ ନାୟକ କରିଥିଲା ବେଳେ ଭିଜୁଆଲ୍ ଏଡିଟିଂ କରିଛନ୍ତି ରଂଜନ ଖଟୋଇ। ସୃଜନ ଫିଲ୍ମସ୍ରେ ଏହାର ପୋଷ୍ଟ ପ୍ରଡକ୍ସନ୍ ହୋଇଛି। ଶ୍ରୋତାମାନେ ରେଡିଓ ଚକ୍ଲେଟ୍ ଆପ୍ରେ ମଧ୍ୟ ଗୀତଟି ଶୁଣିପାରିବେ।