କଟକରେ ରେଡିଓ ଚକୋଲେଟ୍‌ ଷ୍ଟ୍ରିଟ୍‌ ଷ୍ଟୋର

୨ଶହ ବ୍ୟକ୍ତିଙ୍କୁ ବଣ୍ଟାହେଲା ପୋଷାକପତ୍ର

କଟକ : ରାଜ୍ୟର ଅଗ୍ରଣୀ ଏଫ୍‌ଏମ୍‌ ଚ୍ୟାନେଲ୍‌ ‘ରେଡିଓ ଚକୋଲେଟ୍‌-୧୦୪ଏଫ୍‌ ଏମ୍‌’ ପକ୍ଷରୁ ଷ୍ଟ୍ରିଟ୍‌ ଷ୍ଟୋର୍‌ ଦିବସ ଅବସରରେ କଟକ ଶିଖରପୁରଠାରେ ଅସହାୟ ବ୍ୟକ୍ତି ପାଇଁ ଷ୍ଟ୍ରିଟ୍‌ ଷ୍ଟୋର ଖୋଲାଯାଇଥିଲା। ରେଡିଓ ଚକୋଲେଟ୍‌ ନିର୍ଦ୍ଦେଶିକା ତଥା ଷ୍ଟ୍ରିଟ୍‌ ଷ୍ଟୋର କ୍ୟୁରେଟର ତନୟା ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଆଜିର  ଷ୍ଟ୍ରିଟ୍‌ ଷ୍ଟୋର୍‌ ମାଧ୍ୟମରେ ୨ଶହ ଅସହାୟ ଲୋକଙ୍କୁ ମୁକ୍ତରେ ପୋଷକପତ୍ର ବଣ୍ଟନ କରାଯାଇଥିଲା।

ଭୁବନେଶ୍ୱରର ରାମମନ୍ଦର ଛକ ଓ ପଟିଆ, କେନ୍ଦ୍ରାପଡ଼ା, ଯାଜପୁର, ରାଉରକେଲା, ପୁରୀ, ବ୍ରହ୍ମପୁରଠାରେ ଆୟୋଜନ ପରେ କଟକରେ ଏହା ଥିଲା ଅଷ୍ଟମ ଷ୍ଟ୍ରିଟ୍‌ ଷ୍ଟୋର। କାର୍ଯ୍ୟକ୍ରମକୁ ରେଡିଓ ଚକୋଲେଟ୍‌ ପକ୍ଷରୁ ଆର୍‌ଜେ ସଂଗ୍ରାମ, ନଦିମ୍‌, ମାନସ ପଢ଼ିହାରୀ, ଅନିଲ୍‌, ତାପସ, ମଧୁ, ସୁବ୍ରତ ସ୍ୱାଇଁ, ସନ୍ଦିପ ପାଣିଗ୍ରାହୀ, ସୌଭାଗ୍ୟ ଜେନା, ଅବିନାଶ ବିଶୋଇ, ଆର୍ଯ୍ୟ, ଗଣେଶଙ୍କ ସମେତ ଶିଖରପୁର ଅଞ୍ଚଳର ବାଣୀପ୍ରସାଦ ମିଶ୍ର, ଚିତ୍ତରଞ୍ଜନ ସାହୁ, କୁଲାନ୍‌ ମହାନ୍ତି, ଅଜୟ ଗୋଚ୍ଛାୟତ, ‘ସମ୍ବାଦ’ର ଫଟୋ ସାମ୍ବାଦିକ ସୌମ୍ୟରଞ୍ଜନ ପାତ୍ର, କନକ ଟିଭି ପ୍ରତିନିଧି ରାଜକିଶୋର ପଣ୍ଡା, ରେଭେନ୍‌ସା ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ପକ୍ଷରୁ ମଳୟ କୁମାର ସେଠୀ, ହୃଷୀକେଶ ମହାରଣା, ମେଘନାଦ ସାହୁ, ସ୍ମୃତିରଞ୍ଜନ ସେଠୀ, ଦେବାଶିଷ ମହାରଣା, ମଧୁସ୍ମିତା ଘଡ଼େଇ, କ୍ଷଣପ୍ରଭା ଦାସ, ଚିନ୍ମୟୀ ଜେନା, ନାରାୟଣ ଖୁଣ୍ଟିଆ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର