ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ହାତୀ ବେକରେ ରେଡ଼ିଓ କଲାର ଲଗାଇବା କାର୍ଯ୍ୟକ୍ରମ

ଭୁବନେଶ୍ୱର: ହାତୀ ବେକରେ ରେଡିଓ କଲାର ଲଗାଇବା କାର୍ଯ୍ୟକ୍ରମ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି । ପିସିସିଏଫ ଶଶୀ ପଲ ଏହି ସୂଚନା ଦେଇଛନ୍ତି | ଆଜି ଭୋରରେ ରେଡିଓ କଲାର ଲଗାଇବା ବେଳେ ହାତୀ ଆକ୍ରମଣରେ ୫ ଜଣ ଅଧିକାରୀ ଆହତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି | ବାଙ୍ଗାଲୋରରୁ ଆସିଥିବା ବିଶେଷଜ୍ଞଙ୍କ କାନ୍ଧ ଭାଙ୍ଗି ଯାଇଥିବା ବେଳେ ଜଣେ ଫରେଷ୍ଟର ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଟାଙ୍ଗି ରେଂଜ ଅଂଚଳରେ ଥିବା ଦୁର୍ଦ୍ଦାନ୍ତ ହାତୀ ରାମୁ ବେକ ରେ ରେଡ଼ିଓ କଲାର ଲଗାଇବା ପାଇଁ ଚେଷ୍ଟା ଚାଲିଥିଲା |

ଆଜି ଭୋରରୁ ରେଡ଼ିଓ କଲାର ଲଗାଯିବାବେଳେ ଅଘଟଣ ଘଟିଥିଲା | ୪ ଦିନ ଧରି ବନ ବିଭାଗ ସହ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ନନ୍ଦନକାନନ ଏବଂ ଓୟୁଏଟି ଟିମ୍ ରାମୁକୁ ଦୁଇ ଥର ଟ୍ରାଙ୍କୁଲାଇଜର ମାଡ କରିଥିଲେ । ହେଲେ ସେ ଘଂଚ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା । ରାମୁ ଏବେ ଭରତପୁର ଛାଡି ଖୋର୍ଦ୍ଧା ଓ ଟାଙ୍ଗି ଅଂଚଳରେ ରହିଛି । ୭ ଦୁର୍ଦ୍ଦାନ୍ତ ହାତୀଙ୍କ ବେକରେ ରେଡିଓ କଲାର ଲଗାଇବା ପାଇଁ ଯୋଜନା ରହିଥିଲା ।

ଚନ୍ଦକା, ଖୋର୍ଦ୍ଧା ଓ ଆଠଗଡ଼ ଅଂଚଳର ୩ ହାତୀ ଏବଂ ଶିମିଳିପାଳ ଅଂଚଳର ୪ ହାତୀଙ୍କ ବେକରେ ରେଡିଓ କଲାର ଲଗାଇବା ପାଇଁ ଯୋଜନା କରାଯାଇଥିଲା । ପୂର୍ବରୁ ବିଭିନ୍ନ ରାଜ୍ୟରେ ୧୦୦ରୁ ଅଧିକ ହାତୀ ବେକରେ ରେଡିଓ କଲାର ଲଗାଯାଇଛି ।

ସମ୍ବନ୍ଧିତ ଖବର