ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଥମ ବର୍ଷ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ

ଦେବଗଡ଼: ଭୁବନେଶ୍ବରସ୍ଥିତ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ଥମିନଥିବା‌ବେଳେ ଆଜି ଦେବଗଡ଼ ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଥମ ବର୍ଷ ଛାତ୍ରୀଙ୍କୁ ରାଗିଂ ହୋଇଥିବା ନେଇ ଅଭିଯୋଗ ହୋଇଛି । ତେବେ ସଂପୃକ୍ତା ଛାତ୍ରୀଙ୍କ ଭାଇ ଦୁଷ୍ମନ୍ତ କିଷାନ ‌ଏନେଇ ଦେବଗଡ ସିଡିଏମଓ ଡା. ସାଧନା ଦାଶଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଲିଖିତ ଅଭିଯୋଗ ପାଇବା ପରେ ସିଡିଏମଓ ଶ୍ରୀମତୀ ଦାଶ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ଭୋଜପୁର ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟଲାବାହାଳ ଗ୍ରାମର ବିବାହିତା ଛାତ୍ରୀ କଳ୍ପନା ଦେବଗଡ ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଥମ ବର୍ଷ ଛାତ୍ରୀ ଭାବେ ପଢୁଛନ୍ତି ।  କଳ୍ପନାଙ୍କୁ ଗତ ୩ମା‌ସ ହେଲା ୪ ଜଣ ସିନିୟର ଛାତ୍ରୀ ମାନସିକ ନିର୍ଯ୍ୟାତନା ଦେଉଥିବା ତାଙ୍କର ଭାଇ ଦୁଷ୍ମନ୍ତ ଅଭିଯୋଗ କରିଛନ୍ତି ।ଏହାସହିତ ଉକ୍ତ ଛାତ୍ରୀଜଣକ ଘଟଣା ସଂପର୍କରେ ଆଣ୍ଟି ରାଗିଂ ସ୍କାର୍ଡକୁ ମଧ୍ୟ ସୂଚନା ଦେଇଛନ୍ତି । ଉକ୍ତ ଘଟଣା ସଂପର୍କରେ ଦୁଷ୍ମନ୍ତ ଦେବଗଡ ସିଡିଏମଓଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ପ୍ରଶିକ୍ଷଣ କେନ୍ଦ୍ରରେ ସିଡିଏମଓ ଶ୍ରୀମତୀ ଦାଶ ଏବଂ ପ୍ରଶିକ୍ଷଣ କେନ୍ଦ୍ରର କର୍ମଚାରୀମାନେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଦୋଷୀ ଛାତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଥାନାରେ କରିବେ ଅଭିଯୋଗ କରିବ‌େ ବୋଲି ଛାତ୍ରୀଙ୍କ ଭାଇ ଦୁଷ୍କନ୍ତ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର