ରଘୁନନ୍ଦନଙ୍କ ଅସନ୍ତୋଷ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୧୩ ଜିଲ୍ଲାକୁ ପ୍ରତିନିଧିତ୍ବ କରିବାର ସୁଯୋଗ ମିଳି ନାହିଁ। ଏହାକୁ ନେଇ କିଛି ଜିଲ୍ଲାରେ ଅସନ୍ତୋଷ ଦେଖାଦେଇଛି। ସୋମବାର ଦିନ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଦାୟୀ ମନ୍ତ୍ରୀ ରଘୁନନ୍ଦନ ଦାସ। ନବୀନ ନିବାସରୁ ଆସିଲା ପରେ ଗଣମାଧ୍ୟମକୁ ସେ ନିଜ ପ୍ରତିକ୍ରିୟା ଦେଇଥିଲେ। ମନ୍ତ୍ରିମଣ୍ଡଳରୁ ଜଗତସିଂହପୁର ଜିଲ୍ଲା ବାଦ୍ ପଡ଼ିଥିବାରୁ ସେ ଦୁଃଖୀ ବୋଲି କହିଥିଲେ। ମୁଖ୍ୟ ସଚେତକ ପଦବି ମିଳିଥିବାରୁ ସେ ଖୁସି ଅଛନ୍ତି, କିନ୍ତୁ ମନ୍ତ୍ରୀ ପଦ ମିଳିଥିଲେ ଅଧିକ ଖୁସି ହୋଇଥା’ନ୍ତେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର