କେନ୍ଦ୍ରାପଡ଼ା: ଚାନ୍ଦି ଆଭୂଷଣରେ ସଜେଇ ହେଇ ରଘୁନାଥ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ତୁଳସୀକ୍ଷେତ୍ରାଧିପତି ଶ୍ରୀ ବଳଦେବଜିଉ। ବାହୁଡ଼ାର ଦ୍ବିତୀୟ ଦିନରେ ଶ୍ରୀଗୁଣ୍ତିଚା ମନ୍ଦିରରୁ ବଡ଼ଦେଉଳ ଅଭିମୁଖେ ବାହାରିଥିଲେ ମହାବାହୁ। ସଂଧ୍ୟା ପୂର୍ବରୁ ରଥ ବଡ଼ଦେଉଳରେ ଲାଗିବା ପରେ ଗୁରୁବାର ଏକାଦଶୀ ତିଥି ପଡ଼ିବାରୁ ଠାକୁର ରଥାରୂଢ଼ ହୋଇ ରହିଥିଲେ। ଆଜି ଚାନ୍ଦି ଅଳଙ୍କାରେ ତିନି ଠାକୁର ସଜେଇ ହେଇ ରଥ ଉପରୁ ରଘୁନାଥ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଜଣେ ସାଧୁଙ୍କ ଉଦ୍ୟମରେ ଗତବର୍ଷଠାରୁ ଠାକୁରଙ୍କ ଚାନ୍ଦି ବେଶ ଆରମ୍ଭ ହୋଇଛି।
ବଳଦେବଜିଉଙ୍କ ରଥଯାତ୍ରା ପରମ୍ପରା ଅନ୍ୟ ସ୍ଥାନମାନଙ୍କଠାରୁ ଭିନ୍ନ। ଏଠାରେ ଦୁଇ ଦିନ ଧରି ଶ୍ରୀଗୁଣ୍ତିଚା ଓ ବାହୁଡ଼ା ଯାତ୍ରା ହୋଇଥାଏ। ଶ୍ରୀଗୁଣ୍ତିଚାରେ ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ଼ ହେବା ପରେ ଦ୍ବିତୀୟ ଦିନ ରଥ ଯାଇ ଗୁଣ୍ତିଚା ମନ୍ଦିର ଚକଡ଼ାରେ ଲାଗିଥାଏ। ମାତ୍ର ଏଥର ଦୁଇ ଦିନ ପରିବର୍ତ୍ତେ ଚାରି ଦିନରେ ଗୁଣ୍ଡିଚା ମନ୍ଦିରରେ ରଥ ପହଞ୍ଚିଥିଲା। ହେଲେ ବାହୁଡ଼ାରେ ଧାର୍ଯ୍ୟ ସମୟ ମୁତାବକ ଦ୍ବିତୀୟ ଦିନରେ ରଥ ଆସି ବଡ଼ଦେଉଳରେ ଲାଗିଥିଲା। ଗତକାଲି ଏକାଦଶୀ ତିଥି ପଡ଼ିବାରୁ ଠାକୁରଙ୍କ ପାଖେ ବିଶେଷ କିଛି ନୀତି ହୋଇ ନଥିବା ବେଳେ ଆଜି ତିନି ଠାକୁର ଚାନ୍ଦି ଅଳଙ୍କାରରେ ସଜେଇ ହେଇ ରଘୁନାଥ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ା ତିନିରୁ ଚାରି କୁଇଣ୍ଟାଲ୍ ଓଜନର ଚାନ୍ଦି ଅଳଙ୍କାରରେ ଠାକୁର ସଜ୍ଜିତ ହୋଇଥିବା ବେଳେ ଏହି ଦୁର୍ଲଭ ବେଶ ଦେଖିବାକୁ ଭକ୍ତଙ୍କ ଗହଳି ଲାଗିଥିଲା। ଦିନ ୩ଟାରୁ ୫ଟା ଯାଏ ଏହି ବେଶରେ ତିନି ଠାକୁର ଦର୍ଶନ ଦେଇଥିଲେ ା ସ˚ଧୢା ଆଳତୀ ପରେ ବେଶ ଉଲାଗି ଏବ˚ ଅଧରପଣା ଶ୍ରୀଜିଉଙ୍କୁ ମଣେଇ କରାଯାଇଥିଲା। ଏହାପରେ ପହଣ୍ତି ପାଇଁ ଟାହିଆ ବନ୍ଧା ଯାଇ ବଡ଼ ଦେଉଳକୁ ପହଣ୍ତି ଆରମ୍ଭ ହୋଇଥିଲା। ପ୍ରଥମେ ବଡ଼ଠାକୁର ବଳଭଦ୍ର, ଏହାପରେ ସାନ ଭଉଣୀ ସୁଭଦ୍ରା ଏବ˚ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କୁ ରତ୍ନ ସି˚ହାସନକୁ ବିଜେ କରିଛନ୍ତି। ତିନି ଠାକୁରଙ୍କ ରତ୍ନ ସି˚ହାସନକୁ ବିଜେ ସହିତ ନବଦିନାତ୍ମକ ଲୀଳାଖେଳା ଶେଷ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/fhfhffhfh.jpg)