ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିରୁ ରଘୁନାଥ ଜଗଦଲା ଟିକେଟ୍ ହାତେଇଛନ୍ତି। ତାଙ୍କୁ ଟିକେଟ୍ ମିଳିବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ କମିରା ଛକଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ ଦଳୀୟ କର୍ମୀ ଓ ନେତା। ବୁଧବାର ଶ୍ରୀ ଜଗଦଲା ବୀରମହାରାଜପୁରର ଆରାଧ୍ୟ ଦେବତା ଚମ୍ପାମାଳସ୍ଥିତ ଚମ୍ପେଶ୍ୱର ମହାଦେବଙ୍କ ଆଶୀର୍ବାଦ ନେବାପରେ ଦଳୀୟ ନେତାଙ୍କୁ ଭେଟିଥିଲେ।
/sambad/media/post_attachments/wp-content/uploads/2024/04/43ce7acf-aec4-4ceb-aba8-35ac1c64baa4.jpeg)
ସବୁଠାରୁ ଗୁରତ୍ୱପୂର୍ଣ୍ଣ କଥା ହେଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରୁ ବିଜେପି ଟିକେଟ୍ ପାଇଁ ଦାବିଦାର ଥିବା ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଆନନ୍ଦ ବାରିକଙ୍କ ସହଯୋଗ କାମନା କରିଥିଲେ। ଉଷା କୁମାରୀ, ନଳିନୀ ପଣ୍ଡାଙ୍କ ସହିତ ଉଲୁଣ୍ଡା ଓ ବିନିକା ଅଞ୍ଚଳର ସମସ୍ତ ବରିଷ୍ଠ ନେତା ଓ କର୍ମୀଙ୍କୁ ଭେଟିବା ସହିତ ସମସ୍ତଙ୍କୁ ଏକ କରି ଅସନ୍ତୁଷ୍ଟଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଙ୍ଗଠନ ମହାମନ୍ତ୍ରୀ ବେଣୁଧର ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ବମ୍ବର ମିଶ୍ର, ବୀରମହାରାଜପୁର ବିଧାନସଭା ସଂଯୋଜକ ଅଶୋକ କୁମାର ପୃଷ୍ଟି, ଉପସଭାନେତ୍ରୀ ନଳିନୀ ପଣ୍ଡା, ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ସତ୍ୟବ୍ରତ ମିଶ୍ର, ପଦାର୍ଥ ଜଗଦଲା, ରାଧାକାନ୍ତ ପଣ୍ଡା, ଏକଲବ୍ୟ ବେହେରା, ପରେସ ମେହେର, ସୁଦାମ ମେହେର, ଭୋଳାନାଥ ବାଘ, ସୁବଳୟା ମଣ୍ଡଳ ସଭାପତି ସରତ ମିଶ୍ର, ଭୀଷ୍ମ ମେହେର, ଅଶୋକ ସାହୁ , ପୀତାମ୍ବର ମେହେରଙ୍କ ସମେତ ବିଭିନ୍ନ ନେତାଙ୍କ ସହିତ ପାଟଣା ମହାରାଜ ତଥା ରଘୁନାଥ ଜଗଦଲାଙ୍କ ରାଜନୈତିକ ଗୁରୁ କନକବର୍ଦ୍ଧନ ସିଂହଦେଓ ଓ ସାଂସଦ ସଙ୍ଗୀତାରାଣୀ ସିଂଦେଓଙ୍କ ଆଶୀର୍ବାଦ ନେବାପାଇଁ ପାଟଣାଗଡ଼ ଗସ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/9e37a747-dade-488d-aab3-bffa6f2f40a8.jpeg)