ଭୁବନେଶ୍ବର : ଶେଷରେ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ଦଳର ପ୍ରାଥମିକ ସଦସ୍ୟ ଓ ଉପ-ସଭାପତି ଦାୟିତ୍ୱରୁ ସେ ନିଜକୁ ମୁକ୍ତ କରିଛନ୍ତି। ଶନିବାର ରାଜ୍ୟ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ସେ ଇସ୍ତଫା ଦେଇଥିଲେ।
ଶ୍ରୀ ମହାନ୍ତି ଆଜି ବିେଜଡି ମୁଖିଆ ନବୀନ ପଟ୍ଟନାୟକଙ୍କୁ େଦଇଥିବା ଇସ୍ତଫା ପତ୍ରରେ ଲେଖିଛନ୍ତି େଯ ସେ ବ୍ୟକ୍ତିଗତ କାରଣ ପାଇଁ ଦଳ ଛାଡୁଛନ୍ତି।
ଅନ୍ୟପକ୍ଷରେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଚର୍ଚ୍ଚାର ବିଷୟ େହାଇଛି। ସେ ଅଭିେଯାଗ କରିଥିଲେ, ବିଜେଡ଼ି ସହ ଦୀର୍ଘ ଦିନ କାମ କରିଛି । ବିଜେଡ଼ି ଆଜି ପଥ ଭ୍ରଷ୍ଟ ହୋଇଛି। ଗତ କିଛି ଦିନ ଧରି େଯମିତି ସବୁ ଚାଲିଥିଲା, ସେଥିରେ ସେ ଏକପ୍ରକାର ଅଣନିଶ୍ବାସୀ ଅନୁଭବ କରୁଥିଲେ। ୨୦୧୯ରେ ନିର୍ବାଚନ ଲଢ଼ିବେ କି ନାହଁ କିଛି ସ୍ଥିର କରିନାହାନ୍ତି। କିମ୍ବା େକଉଁ ଦଳକୁ ଯିବେ, ସେ ନିଷ୍ପତ୍ତି ବି େନଇନାହାନ୍ତି।
ତେବେ ଶ୍ରୀ ମହାନ୍ତି ବିେଜପିରେ େଯାଗଦେଇପାରନ୍ତି େବାଲି ଚର୍ଚ୍ଚା ଚାଲିଛି। ପୂର୍ବରୁ ମଧ୍ୟ ଅନୁରୂପ ଚର୍ଚ୍ଚା େହଉଥିଲା। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ହଠାତ୍ ତାଙ୍କୁ ନବୀନ ନିବାସରେ େଦଖିବାକୁ ମିଳିଥିଲା। ସମସ୍ତେ ଆଶା କରୁଥିଲେ, ସ୍ଥିତିରେ ସୁଧାର ଆସିବ। ହେଲେ ଅକସ୍ମାତ ଶ୍ରୀ ମହାନ୍ତି ଦୁଇ ଦିନରେ ଦୁଇଟି ବଡ଼ ନିଷ୍ପତ୍ତି ଶୁଣାଇବା ପରେ ବିେଜଡି ତାଙ୍କୁ େଯ ଆଉ ଚାହୁଁନାହିଁ, ଏକଥା ସ୍ପଷ୍ଟ େହାଇଯାଇଛି।
ଉଲ୍ଲେଖଯୋଗ୍ୟ, ୧୯୯୦ରୁ ୨୦୦୯ ଯାଏ ଲଗାତାର ଜିତି ଆସିଥିଲେ ରଘୁନାଥ। ମନ୍ତ୍ରୀ ବି େହାଇଥିଲେ। ହେଲେ ପାରିବାରିକ ବିବାଦରେ ଛନ୍ଦି ହୋଇଯିବା ପରଠାରୁ ତାଙ୍କୁ େଗାଟିଏ ପରେ େଗାଟିଏ ବିପଦ ମାଡି ଆସୁଛି। ପ୍ରଥମେ ମନ୍ତ୍ରୀ ପଦ ଗଲା, ପରେ ୨୦୧୪ରେ ତାଙ୍କୁ ବିେଜଡି ପ୍ରାର୍ଥୀ କଲାନାହିଁ। ପରବର୍ତୀ ସମୟରେ ବିେଜଡି ସହିତ ତାଙ୍କ ସଂପର୍କ ବଢିଥିଲା ଓ ଦଳ ତାଙ୍କୁ ରାଜ୍ୟ ଉଠା ଜଳସେଚନ ନିଗମ ଦାୟିତ୍ବ େଦଇଥିଲା। ଏବେ ବିଧାନସଭା ଟିକେଟ୍ ମିଳୁନଥିବା ଜାଣିପାରି ରଘୁ ଆଗତୁରା ବିେଜଡି ଛାଡିଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/raghunath.jpg)