ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ପୁଣି ରାଗିଂ ଅଭିଯୋଗ। ଏନେଇ ଏକ ନମ୍ବର ଛାତ୍ରବାସରେ ରହୁଥିବା ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗର ପ୍ରଥମ ବର୍ଷ ଛାତ୍ର ଲକ୍ଷ୍ମୀକାନ୍ତ ମହାନ୍ତି କୁଳାଧିପତି ଓ ମୁଖ୍ୟମନ୍ତ୍ରୀଙ୍କୁ ଡାକ ମାଧ୍ୟମରେ ଅଭିଯୋଗ ପତ୍ର ପ୍ରେରଣ କରିଛନ୍ତି। ଏହାସହ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବି ଲିଖିତ ଭାବେ ଦୃଷ୍ଟିଆକର୍ଷଣ କରିଛନ୍ତି। ଅଭିଯୋଗ ପତ୍ର ପାଇବା ପରେ ଘଟଣାର ତଦନ୍ତ ଦାୟିତ୍ବ ବିଶ୍ବବିଦ୍ୟାଳୟର ଆଣ୍ଟି ରାଗିଂ କମିଟିକୁ ପ୍ରଦାନ କରାଯାଇଛି ବୋଲି ପିଜି କାଉନସିଲ ଚେୟାରମ୍ୟାନ୍ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ କହିଛନ୍ତି। ଛାତ୍ର ଲକ୍ଷ୍ମୀକାନ୍ତ ମହାନ୍ତିଙ୍କ ଅଭିଯୋଗ ମୁତାବକ, ସେ ରହୁଥିବା ଋଷିକୁଲ୍ୟା ଛାତ୍ରବାସର ୯୯ ନମ୍ବର ରୁମ୍ରେ ଗତ ୧୨ ତାରିଖ ବିଳମ୍ବିତ ରାତ୍ରିରେ କିଛି ଛାତ୍ର ଓ ଅଣଛାତ୍ର ମଦ ପିଇ ମିଳିତ ଭାବେ ପଶି ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏହା ପୂର୍ବରୁ ତାଙ୍କ ଭଳି ଅନ୍ୟ ଅନ୍ତେବାସୀ ବି ଅଣଛାତ୍ରଙ୍କ ଆକ୍ରୋଶର ଶିକାର ହୋଇଥିଲେ ବି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି । କ୍ୟାମ୍ପସରେ ତାଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ତାଙ୍କୁ ପୁଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ଏ ନେଇ ଛାତ୍ର ଲକ୍ଷ୍ମୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନ। ତେବେ, ବିଶ୍ବବିଦ୍ୟାଳୟର ଆଣ୍ଟି ରାଗିଂ କମିଟି ଘଟଣାର ତଦନ୍ତ କରି କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବା ପାଇଁ ବାକି ରହିଲା।
ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ରାଗିଂ!
କୁଳାଧିପତିଙ୍କୁ ଚିଠି ଲେଖିଲେ ଅଭିଯୋଗକାରୀ ଛାତ୍ର, ଆଣ୍ଟି ରାଗିଂ କମିଟିକୁ ତଦନ୍ତ ଭାର
/sambad/media/post_attachments/wp-content/uploads/2018/12/berhampur_university-647_050317043003.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)