ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ର ଏମ୍‌ବିବିଏସ୍‌ ଦ୍ବିତୀୟ ବର୍ଷର ଡାକ୍ତରୀ ଛାତ୍ରଙ୍କୁ ରାଗିଂ ଘଟଣାକୁ ନେଇ ଥାନାରେ ଏତଲା ଦାଏର ହୋଇଛି। ରାଗିଂ ନେଇ ଆବଶ୍ୟକ ପ୍ରମାଣ ଆସିବାପରେ ଏମ୍‌କେସିଜି ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍‌ଙ୍କ ପକ୍ଷରୁ ଜଣେ ଜୁନିୟର୍‌ ଡାକ୍ତରଙ୍କ ବିରୋଧରେ ବୈଦ୍ୟନାଥପୁର ଥାନାରେ ଏତଲା ଦିଆଯାଇଛି।

Advertisment

ସୂଚନା ଅନୁଯାୟୀ କିଛିଦିନ ତଳେ ଏମ୍‌କେସିଜିର ସିନିୟର୍‌ ଡାକ୍ତର ଛାତ୍ରମାନେ ଦ୍ବିତୀୟ ବର୍ଷର କନିଷ୍ଠ ଛାତ୍ରଙ୍କ ହଷ୍ଟେଲକୁ ଯାଇ ରାଗିଂ କରିଥିବା ଅଭିଯୋଗ ହୋଇଥିଲା। ରାଗିଂର ଶିକାର ଡାକ୍ତରୀ ଛାତ୍ରମାନେ ଆଣ୍ଟି ରାଗିଂ ସେଲ୍‌ରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଆଣ୍ଟି ରାଗିଂ ସେଲ୍‌ର ନିଷ୍ପତ୍ତି କ୍ରମେ ସିସି କ୍ୟାମେରା ଯାଞ୍ଚ କରାଯାଇଥିଲା। ଫୁଟେଜ୍‌ରେ ପ୍ରମାଣ ମିଳିବାରୁ ଅଧ୍ୟକ୍ଷ ବୈଦ୍ୟନାଥପୁର ଥାନାରେ ଲିଖିତ ଏତଲା ଦେଇଛନ୍ତି। ଅଧ୍ୟକ୍ଷଙ୍କ ଏତଲାକୁ ଭିତ୍ତିକରି ପୁଲିସ କେସ୍‌ ନମ୍ବର ୧୩୨/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।