ରାହୁଲଙ୍କ ଜନ୍ମଦିନରେ ଛାତ୍ର କଂଗ୍ରେସର ରକ୍ତଦାନ ଶିବିର

ଭୁବନେଶ୍ୱର: ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ୪୮ତମ ଜନ୍ମ ଦିବସ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରସ୍ତୁତ ଏକ ବିରାଟ କେକ୍‌କୁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କାଟିଥିଲେ। ଏହି ଅବସରରେ ଶ୍ରୀ ଗାନ୍ଧୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଇତିଶ୍‌ ପ୍ରଧାନଙ୍କ ନେତୃତ୍ୱରେ କଂଗ୍ରେସ ଭବନରେ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୪୮ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ସର୍ବଶ୍ରୀ କୁମାର ପ୍ରୀତମ୍‌ ପରିଜା, ସୌମ୍ୟ ମିଶ୍ର, ଆଦିତ୍ୟ ପ୍ରିତମ୍‌, ନିରଞ୍ଜନ ନାୟକ, ସୁନିଲ୍‌ ମାଟିଆ, ପ୍ରସନ୍ନ ମାର୍ଥା ପ୍ରମୁଖ ଛାତ୍ର କଂଗ୍ରେସ କର୍ମୀମାନେ ରକ୍ତଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଛାତ୍ର କଂଗ୍ରେସ ପ୍ରଭାରୀ ନାଗମଧୁ ଯାଦବ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ସର୍ବଶ୍ରୀ ଅନନ୍ତ ପ୍ରସାଦ ସେଠୀ, ମାନସ ଚୌଧୁରୀ, ବିଶ୍ୱଭୂଷଣ ଦାସ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସତ୍ୟାନନ୍ଦ ରାଉତ, ସୁଶାନ୍ତ ବେହେରା, ମାନସ ଆଚାର୍ଯ୍ୟ, ମାନସ କର, ମନୋରଞ୍ଜନ ଦାଶ, ଲିଙ୍ଗରାଜ ସାହୁ ପ୍ରମୁଖ ଶିବିରରେ ଉପସ୍ଥିତ ରହି ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର