ବରଗଡ଼: ବାରମ୍ବାର ବାତିଲ ହେବା ପରେ ରାହୁଲ ଗାନ୍ଧୀଙ୍କ ବରଗଡ଼ ଗସ୍ତ ଚୂଡ଼ାନ୍ତ ହୋଇଛି। ଆସନ୍ତା ୧୫ ତାରିଖ ରାହୁଲ ବରଗଡ଼ ଆସିବେ। ସହର ଉପକଣ୍ଠସ୍ଥ ସରସରା ପଡ଼ିଆଠାରେ ସେ ସାଧାରଣ ସଭାକୁ ଉଦ୍ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ମଂଗଳବାର ଏସ୍ପିଜି ଟିମ୍ ସଭାସ୍ଥଳ ପରିଦର୍ଶନ କରି ସବୁଜ ସଂକେତ ଦେଇଛନ୍ତି। ସୁରକ୍ଷା ପାଇଁ ପ୍ରଶାସନିକ ସ୍ତରରେ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ସେହି ୧୫ ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବରଗଡ଼ ଜିଲ୍ଲା ଗସ୍ତ କରି ବଡ଼ ସମାବେଶ କରିବାକୁ ଯାଉଛନ୍ତି। ଅତାବିରା ବ୍ଲକ କାଠଡ଼େରାଠାରେ ବିଜେପି ଏହି ସମାବେଶ କରିବାକୁ ଯୋଜନା କରିଛି।
୧୫ରେ ରାହୁଲଙ୍କ ବରଗଡ଼ ଗସ୍ତ
/sambad/media/post_attachments/wp-content/uploads/2019/03/rahulgandhi-kcBG-621x414@LiveMint.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)