ଭୁବନେଶ୍ଵର: କୁନିଝିଅ ସହ କଥା ହେଲେ ରାହୁଲ ଗାନ୍ଧୀ । କୁନି ଝିଅକୁ ଗେଲ କଲେ, କଥା ହେଲେ ତାକୁ କୋଳେଇ ନେଇ ଚକଲେଟ୍ ଦେଲେ ରାହୁଲ । ଭୁବନେଶ୍ଵର ବରମୁଣ୍ଡା ପଡିଆରେ ଦେଖିବାକୁ ମିଳିଛି ରାହୁଲଙ୍କ ସ୍ନେହୀ ଅବତାର । କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶରେ ଯେତେବେଳେ ମଞ୍ଚରେ ରାହୁଲ ବସିଥିଲେ ଏବଂ ମଲ୍ଲିକାର୍ଜୁନ ଖଡଗେ ଭାଷଣ ଦେଉଥିଲେ ଠିକ୍ ସେତେବେଳେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ ।

Advertisment

ମଞ୍ଚ ଉପରକୁ ଜଣେ କୁନି ଝିଅ ଉଠିଥିଲେ ଏବଂ ରାହୁଲଙ୍କୁ ମୁଣ୍ଡିଆ ମାରିଥିଲେ । ସଙ୍ଗେସଙ୍ଗେ ରାହୁଲ ତାଙ୍କୁ କୋଳେଇ ନେଇ ଗେଲ କରିଥିଲେ ଏବଂ ତାଙ୍କ ସହ କଥା ହୋଇଥିଲେ । ରାହୁଲଙ୍କ କୋଳରେ ବସି କୁନି ଝିଅଟି ତାଙ୍କ ସହ କିଛି ସମୟ କଥା ହୋଇଥିବା ଦେଖିବାକୁ ମିଳିଥିବା ବେଳେ ରାହୁଲ କୁନି ଝିଅକୁ ଚକୋଲେଟ୍ ଦେଇ ସ୍ନେହ ଭରା ଆଶୀର୍ବାଦ ଦେଇଥିଲେ ।

ତେବେ ସମବେତ ଲୋକଙ୍କ ମଧ୍ୟରେ କୁନି ଝିଅ ବାବଦରେ ଜାଣିବା ପାଇଁ ଅନେକ ଉତ୍କଣ୍ଠା ଜାଗ୍ରତ ହୋଇଥିବା ବେଳେ କିଏ ସେ ଝିଅ ? କାହିଁକି ସେ ରାହୁଲ ଗାନ୍ଧୀଙ୍କୁ ଭେଟିଲେ ? ଏବଂ ରାହୁଲ ତାଙ୍କ ସହ ମଞ୍ଚରେ କଣ କଥା ହେଲେ ? ସେନେଇ ଚର୍ଚ୍ଚା ହେଉଥିବା ବେଳେ କୁନିଝିଅର ଘର ଜଗତସିଂହପୁର ବୋଲି ଜଣା ପଡିଛି ଆଉ ସେ ନୀଲମ ବସ୍ତିଆ । ୫ରୁ ୭ ବର୍ଷ ବୟସର କୁନିଝିଅ ନୀଲମ ରାହୁଲ ଗାନ୍ଧୀଙ୍କ ସମାବେଶରେ ସାମିଲ ହେବାକୁ ଆସିଥିଲେ । ପରେ ତାଙ୍କୁ ଜଣେ ସକ୍ରିୟ ସଦସ୍ୟ ନେଇ ରାହୁଲଙ୍କୁ ଭେଟାଇ ଥିଲେ । ସବୁବେଳେ ରାହୁଲଙ୍କୁ ଟିଭି ଏବଂ ମୋବାଇଲରେ ଦେଖୁଥିବା ବେଳେ ଆଜି ସାମ୍ନାରେ ଭେଟି ସେ ଭାରି ଖୁସି ଥିବା କହିଛନ୍ତି ।

ନୀଲମ କହିଛନ୍ତି ରାହୁଲ ଅଙ୍କଲ ମତେ ମୋ ନାଁ ପଚାରିଲେ, କଣ ପଢୁଛି, କେଉଁ ଶ୍ରେଣୀରେ ପଢୁଛି ପଚାରିଲେ । କେଉଁ ବିଷୟରେ ମୋର ଭଲ ମାର୍କ ରୁହେ ଏବଂ କେଉଁ ଖେଳ ଖେଳିବାକୁ ଭଲଲାଗେ ବୋଲି ପଚାରିଲେ ଆଉ ମୁଁ ସବୁର ଉତ୍ତର ଦେଲି । ତାପରେ ରାହୁଲ ଅଙ୍କଲ ମତେ ପପି ଦେବାକୁ କହିଲେ ମତେ କୋଳେଇ ନେଇ ଚକଲେଟ୍ ଦେଲେ ବୋଲି କହିଛନ୍ତି ନୀଲମ୍ ।