ଏହି ଲକ୍ଷ୍ୟ ରଖି ଆସନ୍ତା ୨୫ରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

ଜଗତସିଂହପୁର: ପାରାଦୀପର ଏକ ଦଳୀୟ ସମାବେଶରେ ଯୋଗଦେବା ପାଇଁ ଆସନ୍ତା ୨୫ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସିବେ ବୋଲି ଦିଲ୍ଲୀରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ତେବେ ରାହୁଲ ଏଆଇସିସିର ଅଧ୍ୟକ୍ଷ ପଦ ସମ୍ଭାଳିବା ଏବଂ ନିରଞ୍ଜନ ପଟ୍ଟନାୟକ ମଧ୍ୟ ସଭାପତି ସମ୍ଭାଳିବା ପରେ ରାହୁଲ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ।

ତେବେ ଏଥର ଓଡ଼ିଶାଗସ୍ତରେ କେଉଁ ରଣନୀତି ନେଇ ରାହୁଲ ଆସୁଛନ୍ତି ସେଉପରେ ସମସ୍ତଙ୍କ ନଜର ରହିଛି। ତେବେ ରାହୁଲଙ୍କ ଓଡ଼ିଶାଗସ୍ତ ରାଜ୍ୟର କର୍ମକର୍ତ୍ତାକୁ ନୂଆ ଉତ୍ସାହ ଯୋଗାଇବ ବୋଲି କୁହାଯାଉଛି। କାରଣ ନିକଟରେ ତିନି ବିଜେପି ସତ୍ତାରୁ ରାଜ୍ୟକୁ ଅକ୍ତିଆର କରିଛି କଂଗ୍ରେସ। ଆଉ କଂଗ୍ରେସର ଏହି ସଫଳତାର ସମସ୍ତ ଶ୍ରେୟ ଯାଇଛି କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧିଙ୍କୁ ।

ଆଉ ମାତ୍ର କିଛି ମାସ ପରେ ୨୦୧୯ ଲୋକସଭା ନିର୍ବାଚନ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ଗୁଡ଼ିକ ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଲେଣି । ରାହୁଲଙ୍କ ଏହି ଓଡ଼ିଶା ଗସ୍ତ ନିର୍ବାଚନୀ ପ୍ରଚାରର ଅଂଶବିଶେଷ ହୋଇପାରେ । ଚଳିତ ଓଡ଼ିଶାଗସ୍ତରେ ରାହୁଲ ଗାନ୍ଧି ନିର୍ବାଚନୀ ବିଗୁଲ ବଜାଇ ପାରିନ୍ତି । କାରଣ ଓଡ଼ିଶା ଉପରେ ଏବେ ଉଭୟ ମୋଦି ସରକାର ଓ ରାହୁଲ ଗାନ୍ଧିଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର