ଭୁବନେଶ୍ଵର: ଓଡ଼ିଶା ଆସି ଓଡିଶା ସରକାରଙ୍କୁ ଟାର୍ଗେଟ୍ କଲେ ରାହୁଲ ଗାନ୍ଧୀ । ଆଦାନୀ ପ୍ରସଙ୍ଗ ଉଠାଇ ଓଡିଶା ସରକାରଙ୍କୁ କଲେ ନିଶାନା । କହିଲେ- ଯେଉଁଠି ଆମେ ଦେଖିଛୁ ସେଠି ଗୋଟିଏ ନାଁ ହିଁ ଦେଖିବାକୁ ମିଳୁଛି । ସେ ଓଡିଶା ହେଉ କି ଛତିଶଗଡ- ସବୁଠି ଆଦାନୀ ଆଦାନୀ ଆଉ ଆଦାନୀ.. ଅର୍ଥାତ ଆଦାନୀ ଜୀ ଓଡିଶାର ସରକାର ଚଳାଉଛନ୍ତି । ଆଦାନୀ ମୋଦୀଙ୍କୁ ଚଳାଉଛନ୍ତି ।
ପୁରୀରେ ରଥଯାତ୍ରା ଦିନ ରଥ ଅଟକିଯିବା ଏବଂ ପର ଦିନ ଟଣା ହେବା ଘଟଣାକୁ ଆଦାନୀ ସହ ଯୋଡ଼ି ଟାର୍ଗେଟ୍ କଲେ ରାହୁଲ । କହିଲେ-
ଯେତେବେଳେ ଜଗନ୍ନାଥଙ୍କ ରଥକୁ ଭକ୍ତ ଟାଣି ଟାଣି ନେଉଥିଲେ ସେତେବେଳେ ଏକ ଡ୍ରାମା କରି ରଥକୁ ଅଟକାଇ ଦିଆଗଲା । ଆଦାନୀ ଏବଂ ତାଙ୍କ ପରିବାର ପାଇଁ ରଥ ଅଟକାହେଲା । ଏଥିରୁ ଆପଣ ଜାଣି ପାରୁଥିବେ ଏଠି ଓଡିଶା ସରକାର ନାହିଁ । ଇଏ ଆପଣଙ୍କ ସରକାର ନୁହେଁ । ଇଏ କୋଟିପତି ଆଦାନୀର ସରକାର । ଯାହାର ଲକ୍ଷ୍ୟ ଆପଣଙ୍କ ଜମି, ଜଙ୍ଗଲ ଏବଂ ଭବିଷ୍ୟତକୁ ଚୋରି କରିବା.. କହି ବରମୁଣ୍ଡା ପଡିଆରୁ ସିଧା ଓଡିଶା ସରକାରକୁ ନିଶାନା କରିଛନ୍ତି ରାହୁଲ ।
ରାହୁଲ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶା ସରକାରଙ୍କ କାମ ଓଡ଼ିଶାର ଧନ ଗରିବ ଲୋକଙ୍କ ଠାରୁ ଚୋରି କରିବା । ପ୍ରଥମେ ବିଜେଡି ଏହି କାମ କରୁଥିଲା ଆଉ ଏବେ ବିଜେପି ଏହି କାମ କରୁଛି । ଓଡିଶାର ଗରିବ ଲୋକ, ଦଳିତ, ଚାଷୀ, ମଜୁରିଆ ଗୋଟିଏ ଅନ୍ୟପଟେ ୫ରୁ ୬ ଜଣ ଆରବପତି, ବିଜେପି ସରକାର, ଏମାନଙ୍କ ଭିତରେ ଲଢେଇ ହେଉଛି । ଆଉ କଂଗ୍ରେସ ଓଡ଼ିଶା ଜନତାଙ୍କ ସହ ମିଶି ଏହି ଲଢେଇ ଜିତିବ ।
ବିଜେପି ପୂରା ଦେଶରେ ସମ୍ୱିଧାନ ଉପରେ ଆକ୍ରମଣ କରୁଛି । ମହାରାଷ୍ଟ୍ର ଭଳି ବିାହରରେ ନିର୍ବାଚନ ଚୋରି କରିବାକୁ ପ୍ରୟାସ କରାଯାଉଛି । ଆଉ ଏଥିପାଇଁ ନିର୍ବାଚନ କମିସନ ନୂଆ ଷଡଯନ୍ତ୍ର ରଚିଛନ୍ତି । ନିଜ କାମ ଛାଡି଼ ସେ ବିଜେପି କାମ କରୁଛନ୍ତି । ମହାରାଷ୍ଟ୍ରରେ ବିଧାନସଭା ଓ ଲୋକସଭା ନିର୍ବାଚନ ଭିତରେ ୧ କୋଟି ନୂଆ ଭୋଟର ଆସିଗଲେ । ଆଜି ଯାଏଁକେହି ଜାଣିନାହାନ୍ତି ସେ ଭୋଟର କେଉଁଠୁ ଆସିଲେ । ଆମେ ନିର୍ବାଚନ କମିସନଙ୍କୁ ଭୋଟର ଲିଷ୍ଟ ମାଗି ସାରିଛୁ । ଆଉ ଏହି ଚୋରି ଏବେ ବିହାରରେ କରିବାକୁ ଯାଉଛି ବିଜେପି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।
ओडिशा की सरकार अडानी चलाते हैं।
— Rahul Gandhi (@RahulGandhi) July 11, 2025
नरेंद्र मोदी जी को भी अडानी चलाते हैं! pic.twitter.com/xAWQenJCUF
ଓଡ଼ିଶାରେ ଏବେ ବିଜେପିର ମଡେଲ । ଏଠାରେ ୫ରୁ ୬ କମ୍ପାନିଙ୍କୁ ଆପଣଙ୍କ ସମ୍ପତ୍ତି ଦେଉଛନ୍ତି ସରକାର । ମୁଁ ଚାଷୀ, ଗରିବ, ମହିଳାଙ୍କୁ ଭେଟିଛି ତାଙ୍କ ଦୁଃଖ ଶୁଣିଛି । ଜଳ, ଜଙ୍ଗଲ, ମାଟି ଆଦାବିସୀଙ୍କର ଅଛି ଆଉ ରହିବ । ଏଠାରେ ଆଦିବାସୀଙ୍କୁ ନପଚାରି ଜମି ଛଡ଼ାଇନିଆଯାଏ ତାଙ୍କୁ ପଟ୍ଟା ଦିଆଯାଏ ନାହିଁ । କଂଗ୍ରେସ ଦଳ ପେସା ଆଇନ ଆଣିଛି, ଆଦିବାସୀ ବିଲ୍ ଆଣିଛି । ଏହି ବିଲ୍ ଆମେ ଲାଗୁ କରି ଆଦିବାସୀଙ୍କୁ ତାଙ୍କ ହକ୍ ଦେବୁ । ବିକାଶ ଆରବପତିଙ୍କ ପାଇଁ ନୁହେଁ ବିକାଶ ଓଡ଼ିଶା ଜନତାଙ୍କ ପାଇଁ କରାଯିବା ଦରକାର । ଏଠାକାର ସରକାର ଆପଣଙ୍କ ଧନ, ଜନ, ଭୂମି ଲୁଟିବାରେ ଲାଗିଛି । କ୍ଷତିପୂରଣ ନଦେଇ ଡରାନ୍ତି, ଧମକ ଦିଅନ୍ତି । ଆଦିବାସୀ, ଚାଷୀ, ଗରିବ ଯାହା ଉପରେ ସରକାର ଅତ୍ୟାଚାର କରୁଛନ୍ତି ତାଙ୍କ ସହ କଂଗ୍ରେସ ଛିଡ଼ା ହେବ, ମୁଁ ଛିଡ଼ା ହେବି । ଆଉ ଆଦିବାସୀଙ୍କୁ ପଟ୍ଟା ଆପଣଙ୍କୁ କଂଗ୍ରେସ ହିଁ ଦେବ ବୋଲି ରାହୁଲ କହିଛନ୍ତି ।
ଓଡ଼ିଶାରେ ୪୦ ହଜାରରୁ ଅଧିକ ମହିଳା ଗାଏବ ହୋଇ ଯାଇଛନ୍ତି । ଆଜି ଯାଏଁ କାହାକୁ ଜଣା ନାହିଁ ମହିଳା କୁଆଡ଼େ ଗଲେ । ମହିଳାଙ୍କ ବିରୋଧରେ ଅତ୍ୟାଚାର ହେଉଛି, ଗଣ ଦୁଷ୍କର୍ମ ହେଉଛି । ପ୍ରତିଦିନ ୧୫ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ହେଲେ ଆପଣଙ୍କ ସରକାରକୁ ଏଥିରେ କିଛି ନେଣଦେଣ ନାହିଁ । ସେ ୨୪ ଘଣ୍ଟା ଆପଣଙ୍କ ରକ୍ତ ପିଉଛନ୍ତି । ଏଥିପାଇଁ ଆମେ ଏଠାକୁ ଆସିଛୁ ଆପଣଙ୍କ ସହ ଛିଡ଼ା ହେଉଛି । ଯେତେବେଳେ ବି ଯାହା ହେବ ଆପଣ ମୋତେ ଡାକିଲେ ମୁଁ ଆସିବି ଆପଣଙ୍କ ସହ ଛିଡ଼ା ହେବି ବୋଲି ଓଡ଼ିଶାବାସୀଙ୍କୁ ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି ।