ଆଜି ଜୟପୁର ଆସିବେ ରାହୁଲ

ଦୁଇ ବରିଷ୍ଠ ନେତା ହାତାହାତି

ଜୟପୁର : ଆସନ୍ତା କାଲି ଜୟପୁର ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ପାଖାପାଖି ୪ ଘଣ୍ଟା ଏଠାରେ ରହିବା ସହ ଦୁଇଟି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବେ। ବୋଲି ସୂଚନା ମିଳିଛି।

କଂଗ୍ରେସର ପୂର୍ବ ନିର୍ଧାରିତ ସୂଚୀ ଅନୁଯାୟୀ ଆସନ୍ତାକାଲି ସକାଳ ୮ଟା ୪୫ମିନିଟରେ ଦିଲ୍ଲୀ ଛାଡ଼ିବେ ଶ୍ରୀ ଗାନ୍ଧୀ। ସକାଳ ୧୦ଟା ୫୦ମିନିଟରେ ବିଶାଖାପାଟଣା ପହଞ୍ଚିବେ। ସ୍ବତନ୍ତ୍ର ବିମାନ ଯୋଗେ ଜୟପୁର ଆସି ସ୍ଥାନୀୟ ଗାନ୍ଧୀ ଛକସ୍ଥିତ ଶିବ ସାଇ ଫଙ୍କସନ ହଲରେ ଆୟୋଜିତ ମହିଳା ସମାବେଶରେ ଯୋଗଦେବେ। ଏଥିପାଇଁ ସକାଳ ୧୧ଟା ୫୦ ମିନିଟ ନିର୍ଧାରିତ କରାଯାଇଛି। ପ୍ରାୟ ୪୫ମିନିଟର କାର୍ଯ୍ୟକ୍ରମ ପରେ ମଧ୍ୟାହ୍ନ ଭୋଜନ ଓ ସାମାନ୍ୟ ବିଶ୍ରାମ କରିବେ। ଅପରାହ୍ନ ଗୋଟାଏ ୩୫ମିନିଟରେ ଏକମ୍ବାରେ ଆୟୋଜିତ ପରିବର୍ତନ ସଂକଳ୍ପ ସମାବେଶରେ ଚାଷୀଙ୍କୁ ଉଦବୋଧନ ଦେବେ। ଅପରାହ୍ନ ୨ଟା ୫୦ରେ ଜୟପୁର ବିମାନବନ୍ଦରରୁ ବିଶାଖାପାଟଣା ଏବଂ ସେଠାରୁ ଦିଲ୍ଲୀ ଯାତ୍ରା କରିବେ ବୋଲି ସୂଚନା ମିଳିଛି।

ଏଆଇସିସି ସମ୍ପାଦକ ଅନୀଲ ଚୌଧୁରୀ କହିଛନ୍ତି ଯେ, କେନ୍ଦ୍ର ସରକାର ସେନା ପାଇଁ ଯେପରି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର ଚାଷୀଙ୍କ ପାଇଁ ସମାନ ଆଚରଣ ପ୍ରଦର୍ଶନ କରୁଛନ୍ତି। ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ପ୍ରଦେଶ ଆଗକୁ ଯିବ, ସେଥିପାଇଁ ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜୟପୁର ଆସୁଛନ୍ତି।

ଦୁଇ ବରିଷ୍ଠ ନେତା ହାତାହାତି

ରାହୁଲ ଗାନ୍ଧୀଙ୍କ ଜୟପୁର ଗସ୍ତର ୨୪ଘଣ୍ଟା ପୂର୍ବରୁ ସଭାମଞ୍ଚରେ ଦୁଇ ବରିଷ୍ଠ ନେତା ଠେଲାପେଲା ହୋଇଛନ୍ତି। ପାସକୁ ନେଇ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି େହାଇଥିଲା। ପ୍ରସ୍ତୁତି ଅନୁଧ୍ୟାନ ସମୟରେ ସଭାମଞ୍ଚରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ କଂଗ୍ରେସ ସେବା ଦଳ ମୁଖ୍ୟ ବୀରେନ ପଟ୍ଟନାୟକ ପରସ୍ପରକୁ ଧକ୍କା ମାରିଥିଲେ। ଏଆଇସିସି ସଂପାଦକ ଅନିଲ ଚୌଧୁରୀ, ଭୁବନେଶ୍ବର ଡିସିସି ସଭାପତି ମାନସ ଚୌଧୁରୀ, ନବ କିଶୋର ପଟ୍ଟନାୟକ ଏବଂ ସୁମିତ୍ରା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସେବା ଦଳ ପାଇଁ ୫୦ଟି ପାସ୍ ଦେବାକୁ ଏଆଇସିସି ସଂପାଦକ ଶ୍ରୀ ଚୌଧୁରୀଙ୍କୁ ନିବେଦନ କରିଥିଲେ ବୀରେନ। ଜୟପୁର ବିଧାୟକ ଏବଂ କୋରାପୁଟ ଡିସିସି ସଭାପତିଙ୍କ ଠାରୁ ପାସ୍ ନେଇ ଯିବାକୁ ଶ୍ରୀ ଚୌଧୁରୀ କହିଥିଲେ। ଏହାପରେ ଉତ୍‌କ୍ଷିପ୍ତ ହୋଇ ତାରାଙ୍କୁ ଧକ୍କା ମାରିଥିଲେ ବୀରେନ।

ସମ୍ବନ୍ଧିତ ଖବର