ଓଡ଼ିଶାରେ ସରକାର ଗଢ଼ିବ କଂଗ୍ରେସ: ନିରଞ୍ଜନ

ମାର୍ଚ ୨ରେ ବରଗଡ଼ କିମ୍ବା ଜୟପୁର ସଭା: ଯୋଗଦେବେ ରାହୁଲ

ଭୁବନେଶ୍ବର : ମାର୍ଚ ୨ ତାରିଖରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ। ସେହିଦିନ ସେ ବରଗଡ଼ ହେଉ ବା ଜୟପୁର, ଯେ କୌଣସି ଗୋଟିଏ ସମାବେଶରେ ଯୋଗଦେବେ। ଏ ନେଇ ସୂଚନା ଦେଇଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ଇସ୍ତାହାର କମିଟି ବୈଠକ ପରେ ଗଣମାଧ୍ୟମକୁ ଶ୍ରୀ ପଟ୍ଟନାୟକ ରାହୁଲଙ୍କ ଗସ୍ତ ସଂପର୍କରେ ସୂଚନା ଦେଇଥିଲେ। ଏଥର ରାଜ୍ୟରେ କଂ‌େଗ୍ରସ ସରକାର ଗଢ଼ିବ ବୋଲି ଏହି ଅବସରରେ ସେ ଦମ୍ଭୋକ୍ତି ଦେଖାଇଥିଲେ। ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ରାଜ୍ୟରେ ବିଜୟଲାଭ କରି କଂଗ୍ରେସ ତା’ର ଦମ୍‌ ପ୍ରଦର୍ଶନ କରିସାରିଛି। ଦିନକୁ ଦିନ କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା, ବିଶ୍ବାସ ଦୃଢ଼ୀଭୂତ ହେବାରେ ଲାଗିଛି। ଏଥିରୁ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ନିଶ୍ଚିତ ରୂପେ କ୍ଷମତାକୁ ଫେରିବ। ତେବେ କେତେ ଆସନ ପାଇବ ସେ କଥା ଖୋଲାଖୋଲି ସେ କହିନଥିଲେ।

ସମ୍ବନ୍ଧିତ ଖବର