ଆସନ୍ତା ୮ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା

ଭୁବନେଶ୍ୱର : ଆସନ୍ତା ୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଜୟପୁର ଓ ବରଗଡ଼ରେ ହେବାକୁ ଥିବା ସାଧାରଣ ସଭାରେ ସେ ଯୋଗଦେବେ। ଏ ନେଇ ସୂଚନା ଦେଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ। ଏଥିସହିତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ମଧ୍ୟ ଏହି ଦୁଇଟି ସଭାରେ ଯୋଗଦେବାକୁ ଓଡ଼ିଶା ଆସୁଥିବାର ସୂଚନା ମିଳିଛି।

ଜୟପୁର ଓ ବରଗଡ଼ରେ ହେବାକୁ ଥିବା ଏହି ଦୁଇଟି ସଭାରେ ମୁଖ୍ୟତଃ ଚାଷୀ, ଯୁବକ, ମହିଳା ଓ ଦଳିତ ବର୍ଗ ଉପରେ ଗୁରୁତ୍ବାରୋପ କରାଯିବ। ଏହି ସଭାରେ ଓଡ଼ିଶା କଂଗ୍ରେସ ପ୍ରଭାରୀ(ଅସ୍ଥାୟୀ) ଟିଏସ୍ ସିଂହଦେଓ ଓ ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ମଧ୍ୟ ଯୋଗଦେବେ।

ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧିଙ୍କର ଏହା ହେଉଛି ତୃତୀୟ ଓଡ଼ିଶା ଗସ୍ତ। ଏହାପୂର୍ବରୁ ରାହୁଲ ଗାନ୍ଧୀ ଜାନୁଆରୀ ୨୫ ଏବଂ ଫେବୃଆରୀ ୬ରେ ଓଡ଼ିଶା ଗସ୍ତରେ ଆସିଥିଲେ।

ସମ୍ବନ୍ଧିତ ଖବର