ମୁକାବିଲା ପାଇଁ ସଜବାଜ : ରାହୁଲଙ୍କ ଗସ୍ତ ଆଜି, ସନ୍ଧ୍ୟାରେ ଫେରିବେ

ସରକାରୀ ବିରୋଧୀ ହାଵା ହାତେଇବାକୁ କୌଶଳ, ବିଜେଡି-ବିଜେପିକୁ ଜବାବ, କଂଗ୍ରେସକୁ ଆସିବେ ଜଗଦିଶ

ଭୁବନେଶ୍ବର : ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସକାଳ ୧୦ଟା ୪୫ରେ ଭିସ୍ତାରା ବିମାନ ଯୋଗେ ନୂଆଦିଲ୍ଲୀରୁ ଆସି ଭୁବନେଶ୍ବରରେ ପହଞ୍ଚିବା ପରେ ସେଠାରୁ ସେ ସିଧା ମେ ଫେୟାର କନ୍‌ଭେନସନରେ ଏକ କାର୍ଯ୍ୟକ୍ରମରେ ଯୋଗଦେେବ। ଅପରାହ୍ନ ୨ଟା ୫ରେ ତମାଣ୍ଡୋ ପଡିଆରେ କଂଗ୍ରେସ କର୍ମୀଙ୍କୁ ସମ୍ବୋଧିତ କରିବେ। ଏହି ସମାବେଶ ପରେ କଂଗ୍ରେସ ଭବନରେ ଦଳୀୟ କର୍ମକର୍ତା, ବିଏସଏନଏଲ, ହାଲ୍ କର୍ମଚାରୀଙ୍କ ସହିତ ତାଙ୍କର ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ୬ଟା ୩୫ରେ ଇଣ୍ଡିଗୋ ବିମାନ ଯୋଗେ ସେ ନୂଆଦିଲ୍ଲୀ ଫେରିଯିବେ।

ପ୍ରଦେଶ କଂଗ୍ରେସ ସଭାପତି ପରିବର୍ତନ, ଛତିଶଗଡ, ରାଜସ୍ଥାନ, ମଧ୍ୟପ୍ରଦେଶ ଭଳି ତିନିଟି ରାଜ୍ୟରେ ସଫଳତା ପରେ ରାହୁଲଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ। କେବଳ ସେତିକି ନୁହେଁ, ପ୍ରାକ୍ ନିର୍ବାଚନୀ ବାତାବରଣ ସୃଷ୍ଟି ପାଇଁ ବିଭିନ୍ନ ରାଜନୈତିକ ଦଳ ଯେଉଁ ତୋଫାନୀ ପ୍ରଚାର ଆରମ୍ଭ କରିଛନ୍ତି, ସେ ପରିପ୍ରେକ୍ଷୀରେ ଆସନ୍ତାକାଲିର ରାହୁଲଙ୍କ ଓଡ଼ିଶା ଗସ୍ତ ମଧ୍ୟ ପ୍ରଥମ ଓ ଅନେକ ଗୁରୁତ୍ବ ରଖୁଛି। କଂଗ୍ରେସ ମୁଖିଆଙ୍କ ଏହି ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଓ ୨୫ ପ୍ଲାଟୁନ ଫୋର୍ସ ନିେୟାଜିତ ହେବେ ବୋଲି ପୁଲିସ ଡିଜି ରାଜେନ୍ଦ୍ର ଶର୍ମା କହିଛନ୍ତି।

ରାହୁଲଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ପରିଲକ୍ଷିତ େହଉଛି। ସାଂପ୍ରତିକ ରାଜନୀତିରେ ନବୀନ ସରକାରଙ୍କ ବିେରାଧରେ ବିଜେପି େକନ୍ଦ୍ରୀୟ େନତୃତ୍ବ ଅତ୍ୟନ୍ତ ରକ୍ଷଣାତ୍ମକ େଗାଟିଚାଳନା କରୁଛି। ଗତମାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀଙ୍କ ତିନି ତିନିଥର ଓଡ଼ିଶା ଗସ୍ତରୁ ଏମିତି ସୂଚନା ମିଳିବା ପରେ ରାଜ୍ୟ ରାଜନୀତିରେ ଏହାର ଗଭୀର ପ୍ରଭାବ ପଡିଛି। େକାଲକାତାରେ େମାଦୀ ବିେରାଧୀ ମହାମେଣ୍ଟରେ ବିେଜଡିକୁ ଆମନ୍ତ୍ରଣ କରାନଯିବା ଘଟଣା ପରୋକ୍ଷରେ ସୂଚାଇ ଦେଇଛି େଯ େମାଦୀ-ନବୀନଙ୍କ ସଂପର୍କକୁ ସମସ୍ତେ ସନ୍ଦେହ ଦୃଷ୍ଟିରେ େଦଖିଲେଣି।

ଏଣୁ ସରକାରୀ ବିେରାଧୀ େଭାଟର ଏବେ ହାତ ମୁହାଁ େହାଇଥିବାରୁ ଏହାର ଫାଇଦା ଉଠାଇବା ଲାଗି କଂଗ୍ରେସ ଶିବିର ରାହୁଲଙ୍କ ଭାଷଣକୁ ଅପେକ୍ଷା କରୁଛନ୍ତି। କଂଗ୍ରେସ ମୁଖିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ କିଭଳି ଆଭିମୁଖ୍ୟ ଗ୍ରହଣ କରିବେ, କାହା ଉପରେ ପ୍ରଚଣ୍ଡ ହେବେ, କାହା ପାଇଁ େକାହଳ ଆଭିମୁଖ୍ୟ ରଖିବେ, ତାହାକୁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଗୁରୁତ୍ବ େଦଉଛନ୍ତି।

ସବୁଠାରୁ ବଡ଼ କଥା େହଉଛି, ଉଭୟ ବିେଜପି ଓ ବିେଜଡି ପୂର୍ବରୁ ପ୍ରଶାସନିକ ଅଧିକାରୀଙ୍କୁ ଦଳରେ ସାମିଲ କରି େଭାଟରଙ୍କୁ ଚକମା େଦଖାଇଥିଲେ। ବିେଜପିରେ ଅପରାଜିତା ଷଡ଼ଙ୍ଗୀ ଓ ବିେଜଡିର ଅରୂପ ପଟ୍ଟନାୟକ ଏବଂ ଅମର ପଟ୍ଟନାୟକଙ୍କୁ ନେଇ ରାଜନୀତିରେ ଚର୍ଚ୍ଚା ଜାରି ରହିଛି। ଠିକ୍ ଏମିତି ସମୟରେ ବରିଷ୍ଠ ପୂର୍ବତନ ପ୍ରଶାସନିକ ଅଧିକାରୀ ଜଗଦିଶ ମହାନ୍ତିଙ୍କୁ କଂଗ୍ରେସ ସାମ୍ନାକୁ ଆଣିଛି। ରାଜସ୍ଥାନ କ୍ୟାଡରର ବରିଷ୍ଠ ଆଇଏଏସ୍ ଅଫିସର ଶ୍ରୀ ମହାନ୍ତି ମୁଖ୍ୟ ସଚିବ ପାହ୍ୟାରେ ଅବସର ନେଇଥିଲେ। ଏକଦା ବାଣୀବିହାରରେ ଛାତ୍ର େନତୃତ୍ବ େନଉଥିବା ଶ୍ରୀ ମହାନ୍ତି ଆସନ୍ତାକାଲି ରାହୁଲଙ୍କ ସଭାରେ ଯାଗଦେବା ବିେଜଡି-ବିେଜପିକୁ ଜବାବ େହବ େବାଲି କୁହାଯାଉଛି। ଶ୍ରୀ ମହାନ୍ତିଙ୍କ ବ୍ୟତୀତ ଆଉ କିଛି ନେତା କଂଗ୍ରେସରେ ଆସନ୍ତାକାଲି େଯାଗ ଦେଇପାରନ୍ତି।

ଶ୍ରୀ ଗାନ୍ଧୀଙ୍କ ଗସ୍ତ ପୂର୍ବରୁ ଗତକାଲି କଂଗ୍ରେସ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଗଣମାଧ୍ୟମକୁ ସଙ୍କେତ େଦଇ ଉଭୟ େକନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦୁର୍ନୀତିଗ୍ରସ୍ତ େବାଲି କହିଛନ୍ତି। ରାହୁଲ ଅଧିକ ଏ ସଂପର୍କରେ କହିବେ େବାଲି ସୂଚାଇ ପରୋକ୍ଷରେ ଶ୍ରୀ ସିଂହ ରାହୁଲଙ୍କ ଭାଷଣରେ କଠୋରତା ରହିବ େବାଲି ଜଣାଇଛନ୍ତି। ସେହିଭଳି ଦଳରୁ ବହିଷ୍କୃତ ଶ୍ରୀକାନ୍ତ େଜନାଙ୍କ ସଂପର୍କରେ ଶ୍ରୀ ସିଂହ କଡ଼ା ଟିପ୍ପଣୀ ରଖିବା ସହିତ ଦଳଡିଆଁ ମାରିଥିବା େନତାଙ୍କୁ ଆୟାରାମ ଗୟାରାମ କହି ସେମାନଙ୍କ ଗୁରୁତ୍ବକୁ କମାଇଛନ୍ତି। ପ୍ରଦେଶ କଂଗ୍ରେସ ପ୍ରତି େକନ୍ଦ୍ରୀୟ ସମର୍ଥନ ରହିଛି, ଏ ମନ୍ତବ୍ୟରୁ ଏକଥାର େଠାସ୍ ଆଭାସ ମିଳୁଛି।

ସେପଟେ ରାହୁଲଙ୍କ ଗସ୍ତକୁ ସଫଳ କରିବା ଲାଗି ରାଜ୍ୟ କଂଗ୍ରେସ ଟିମ୍ େଜାରଦାର ଉଦ୍ୟମ ଚଳାଇଛନ୍ତି। ନିଜେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସମୁଦାୟ କାର୍ଯ୍ୟର ତଦାରଖ କରୁଛନ୍ତି। ପ୍ରଭାରୀ ଶ୍ରୀ ସିଂହ ମଧ୍ୟ ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି। େଗାଟିଏ ପଟେ ପ୍ରଦେଶ କଂଗ୍ରେସ ସଭାପତି ଓ ତାଙ୍କ ଟିମ୍ େଭାଟରଙ୍କୁ ଋଣ ଛାଡ, ଝିଅପିଲାଙ୍କୁ ଉଚ୍ଚଶିକ୍ଷା ମାଗଣା ଆଦି ପ୍ରତିଶ୍ରୁତି େଦଉଥିବା ବେଳେ ଅନ୍ୟପଟରେ େଖାଦ୍ ଶ୍ରୀ ପଟ୍ଟନାୟକ ପ୍ରତିଦିନ ଟ୍ବିଟର, ଗଣମାଧ୍ୟମରେ ସରକାରଙ୍କୁ ନିର୍ଘାତ ଆକ୍ରମଣ କରୁଛନ୍ତି। ବିେରାଧୀ ଦଳ ନେତା ନରସିଂହ ମିଶ୍ର ଓ କଂଗ୍ରେସ ମିଡିଆ ସେଲ୍ ମଧ୍ୟ ଅନୁରୂପ ଶୈଳୀରେ ଉଭୟ ବିେଜଡି ଓ ବିେଜପିକୁ ଶାଣିତ ସମାେଲାଚନା କରିବାରେ ଲାଗିଛନ୍ତି।
ଏହି କ୍ରମରେ ରାହୁଲଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନବୀନଙ୍କୁ ଦୁର୍ନୀତିଗ୍ରସ୍ତ େବାଲି ଠାରିବାକୁ ଭୁଲିନାହାନ୍ତି। ଆଜି ଏକ ପ୍ରେସ ବିବୃତିରେ ନିରଞ୍ଜନ କହିଛନ୍ତି, ରାଜ୍ୟ ସରକାର ପ୍ରଣୟନ କରୁଥିବା ବିଭିନ୍ନ ଯୋଜନା ବାଟବଣା ହୋଇଛି। ପ୍ରକୃତ ହିତାଧିକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଥିବାବେଳେ ନକଲି ହିତାଧିକାରୀ ସବୁତକ ଫାଇଦା ମାରି ନେଉଛନ୍ତି। ଏଭଳି ଦୁର୍ନୀତିକୁ ରାଜ୍ୟର ବିଜେଡି ସରକାର ପ୍ରଶ୍ରୟ ଦେଉଛନ୍ତି। େସ ଆହୁରି କହିଛନ୍ତି,ଅନେକ କ୍ଷେତ୍ରରେ ଅଧିକାରୀଙ୍କ ମୃତ୍ୟୁପରେ ମଧ୍ୟ ତାଙ୍କ ପରିବାରବର୍ଗ ସରକାରୀ ସୁବିଧା ସୁଯୋଗ ପାଉଛନ୍ତି। ଅଥଚ ସେଥିପାଇଁ ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀ ତାହାର ସୁଫଳ ପାଇପାରୁନାହାନ୍ତି। ସରକାରୀ କଳ ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛି। ଖାଦ୍ୟ ସୁରକ୍ଷା ଯୋଜନାର ଉଦାହରଣ ଦେଇ ନିରଞ୍ଜନ କହିଛନ୍ତି ଯେ ଏଥିରେ ହଜାର ହଜାର ଅଯୋଗ୍ୟ ହିତାଧିକାରୀଙ୍କ ନାମ ରହିଥିବା କଂଗ୍ରେସ ଦଳ ଅଭିଯୋଗ କରିବା ପରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଫଳରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ନାମ କଟାଗଲା। ଏହା ସତ୍ତ୍ବେ ଯୋଗ୍ୟ ହିତାଧିକାରୀ ଏବେ ମଧ୍ୟ ଏହି ଯୋଜନାର ସୁଫଳ ପାଇପାରୁନାହାନ୍ତି। ଓଡ଼ିଶାରେ ଇତିମଧ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୨ଲକ୍ଷଙ୍କର ମୃତ୍ୟୁ ଘଟିଥିଲେ ମଧ୍ୟ ସେମାନଙ୍କ ନାମରେ ଚାଉଳ ଯୋଗାଇ ଦିଆଯାଉଛି େବାଲି ରାଜ୍ୟ ଖାଦ୍ୟ ଆୟୋଗଙ୍କ ଚିଠିକୁ ଧରି କଂଗ୍ରେସ ଆଜି ସରକାରଙ୍କୁ େଘରିଛି। ଦରିଦ୍ର, ଶ୍ରମିକ ପରିବାର ନିକଟରୁ ପାଇଖାନା ଏବଂ ଇନ୍ଦିରା ଆବାସ ଘରର କାର୍ଯ୍ୟାଦେଶ ପ୍ରଦାନ ପାଇଁ ଯେଉଁଠି ଲାଞ୍ଚ ନିଆଯାଇଛି, ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ପରିବାର ଯେଉଁଠି ଖାଦ୍ୟ ସୁରକ୍ଷା ଯୋଜନାରେ ରେସନକାର୍ଡ଼ ପାଇବାରୁ ବଞ୍ଚିତ ହେଉଛନ୍ତି, ସେଠାରେ ସରକାର ସମସ୍ତଙ୍କ ପାଇଁ ସବୁ କିଛି ଦେଉଥିବାର ଡିଣ୍ଡିମ ପିଟିବା ଲଜ୍ଜାଜନକ ବୋଲି ପିସିସି ସଭାପତି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ତିନି ଥର ଓଡ଼ିଶା ଆସିବା ବେଳେ ବିେଜଡି ସଂପର୍କରେ କମ୍ ଓ କଂଗ୍ରେସ ସଂପର୍କରେ ବେଶି ଗର୍ଜିଛନ୍ତି। ଯେହେତୁ ରାହୁଲଙ୍କ ରାଫେଲ ପ୍ରସଙ୍ଗ ସହିତ ଓଡ଼ିଶାର ସଂପର୍କ (ହାଲ୍) ରହିଛି, ଏଣୁ ଆସନ୍ତାକାଲି ଗସ୍ତରେ ଏହି ପ୍ରସଙ୍ଗକୁ ଅଧିକ ଗୁରୁତ୍ବ ମିଳିପାରେ େବାଲି ରାଜନୈତିକ ମହଲ ଅନୁମାନ କରୁଛନ୍ତି। ଏହାସହିତ େମାଦୀ ଉଠାଇଥିବା ଅଭିଯୋଗ ଉପରେ ମଧ୍ୟ େଲାକଙ୍କୁ ରାହୁଲ ଜବାବ ଦେଇପାରନ୍ତି।

ସମ୍ବନ୍ଧିତ ଖବର