ଭୁବନେଶ୍ବର : ଆସନ୍ତା ୯ ତାରିଖରେ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେହିଦିନ ସେ ଫୁଲବାଣୀ ସହରରେ ଅନୁଷ୍ଠିତ ହେବାକୁ ଥିବା ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ। ତାଙ୍କ ସହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା କଂଗ୍ରେସର ସାମୟିକ ପ୍ରଭାରୀ ଟି.ଏସ୍. ସିଂହଦେଓ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ଅପରାହ୍ଣ ସାଢ଼େ ୨ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଫୁଲବାଣୀ ସଭାରେ କାର୍ଯ୍ୟକ୍ରମ ସାରିବେ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ପୂର୍ବରୁ ସେ ଏପ୍ରିଲ ୪ ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ସେହିଦିନ ସେ କେରଳର ୱାୟନାଡ୍ ଲୋକସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବା ସହିତ ରୋଡ୍-ସୋ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିବାର ସେହି କାର୍ଯ୍ୟକ୍ରମକୁ ୯ ତାରିଖ(ମଙ୍ଗଳବାର)କୁ ଘୁଞ୍ଚାଇ ଦିଆଯାଇଛି। ଏହା ପୂର୍ବରୁ ରାହୁଲ ରାଉରକେଲା, ଭବାନୀପାଟଣା, ଜୟପୁର ସାଧାରଣ ସଭାରେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/rahul_gandhi_Jan11.jpg)