ଜୟପୁରରେ ରାହୁଲ୍ : ମହିଳା ସମାବେଶରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମୋଦିଙ୍କୁ ଟାର୍ଗେଟ କଲେ କଂଗ୍ରେସ ଅଧ୍ୟକ୍ଷ

ଜୟପୁର : ଦିନିକିଆ ଓଡ଼ିଶା ଗସ୍ତରେ  ଆସି  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କୋରାପୁଟ ଜିଲ୍ଲା ଜୟପୁରରେ ପହଞ୍ଚିଛନ୍ତି । ପାଖାପାଖି ୪ ଘଣ୍ଟା ଏଠାରେ ରହି ସେ ଦୁଇଟି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବେ।

ଏକ ସ୍ବତନ୍ତ୍ର ବିମାନ ଯୋଗେ ଜୟପୁର ଆସି ସ୍ଥାନୀୟ ଗାନ୍ଧୀ ଛକସ୍ଥିତ ଶିବ ସାଇ ଫଙ୍କସନ ହଲରେ ଆୟୋଜିତ ମହିଳା ସମାବେଶରେ ଯୋଗ ଦେଇଛନ୍ତି ରାହୁଲ୍। ଏହି କାର୍ଯ୍ୟକ୍ରମରେ ୫୦୦ ମହିଳା ପ୍ରତିନିଧି ଯୋଗ ଦେଇଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆୟୋଜିତ ମହିଳା ସମାବେଶରେ କଂଗ୍ରେସ ଅଧ୍ୟକ୍ଷ ମହିଳାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି।

ଜଣେ ମହିଳାଙ୍କ ପ୍ରଶ୍ନର ଉତ୍ତର ଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ୍ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଆପଣମାନଙ୍କ ଟଙ୍କାକୁ ଅନୀଲ୍ ଅମ୍ବାନୀଙ୍କ ଭଳି ବ୍ୟବସାୟୀଙ୍କୁ  ଦେଇ ଦେଉଛନ୍ତି। ତେଣୁ ଏଭଳି ଦୁନର୍ନୀତିଗ୍ରସ୍ତ ସରକାରକୁ କ୍ଷମତାରୁ ହଟାଇବା ଆପଣମାନଙ୍କ କାମ।

ପ୍ରାୟ ୪୫ମିନିଟର କାର୍ଯ୍ୟକ୍ରମ ପରେ ମଧ୍ୟାହ୍ନ ଭୋଜନ ଓ ସାମାନ୍ୟ ବିଶ୍ରାମ କରିବେ। ଅପରାହ୍ନ ୧.୩୫ମିନିଟରେ ଏକମ୍ବାରେ ଆୟୋଜିତ ପରିବର୍ତନ ସଂକଳ୍ପ ସମାବେଶରେ ଚାଷୀଙ୍କୁ ଉଦବୋଧନ ଦେବେ। ଅପରାହ୍ନ ୨ଟା ୫୦ରେ ଜୟପୁର ବିମାନବନ୍ଦରରୁ ବିଶାଖାପାଟଣା ଏବଂ ସେଠାରୁ ଦିଲ୍ଲୀ ଯାତ୍ରା କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର